Health Tips: ଖରାଦିନେ ଫିଟ୍ ରଖିବ ଏସବୁ ଡ୍ରିଙ୍କ୍ସ
ଖରାଦିନେ ବାହାରୁ ଟିକେ ବୁଲିଆସିଲେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ପିଇବାକୁ ଭଲ ପାଇଥାନ୍ତି । ଶରୀର ପାଇଁ ଆଦୌ ହିତକର ହୋଇ ନଥାଏ।

ଖରାଦିନେ କେଉଁ ପାନୀୟ ପିଇଲେ ଶୋଷ ମେଣ୍ଟିବା ସହ ଶରୀରକୁ ଉତ୍ତମ ପୋଷଣ ମିଳିପାରିବ ଜାଣନ୍ତୁ ସେ ସମ୍ପର୍କରେ
* ପଇଡ଼ ପାଣି: ଏଥିରେ ଭିଟାମିନ୍ ଓ ଖଣିଜ ପଦାର୍ଥ ଭରି ରହିଥିବାରୁ, ଏହାକୁ ପିଇଲେ ଖରାଦିନେ ଶରୀରରେ ଜଳୀୟଅଂଶ ଠିକ୍ଠାକ୍ ରହିବା ସହ ଥକ୍କାପଣ ଦୂର ହୋଇଥାଏ। ପେଟ ବି ଥଣ୍ଡା ରହିଥାଏ।
* ଲେମ୍ବୁ ପାଣି: ଏଥିରେ ଭିଟାମିନ୍ ସି ରହୁଥିବାରୁ ଖରାଦିନେ ଏହାକୁ ପିଇଲେ ଶରୀରକୁ ଫୂର୍ତ୍ତି ଲାଗିବା ସହ ପାଚନ କ୍ରିୟା ଭଲ ରହିଥାଏ।
* ଦହି ସରବତ: ଖରାଦିନେ ବିଭିନ୍ନ କାରଣରୁ ପେଟ ଗରମ ହୋଇଯାଏ। ଯଦି ଏ ଦିନେ ଦହି ସରବତ ପିଆଯାଏ, ତା'ହେଲେ ପେଟ ଥଣ୍ଡା ରହିବା ସହ ଶରୀରକୁ ତାଜାପଣ ଅନୁଭବ ହୋଇଥାଏ।
* ଫ୍ରୁଟ୍ ଜୁସ୍: ଖରାଦିନେ ଫ୍ରୁଟ୍ ଜୁସ୍ ପିଇବା ବି ଶରୀର ପକ୍ଷେ ଉପକାରୀ ହୋଇଥାଏ। ପ୍ରଚୁର ଗରମରେ ଦେହରୁ ଝାଳ ବୋହିବା ଯୋଗୁ ଖରାଦିନେ ଶରୀରରୁ ଜଳୀୟ ଅଂଶ କମିଯାଏ। ଯଦ୍ଦ୍ବାରା ଥକ୍କାପଣ ଅନୁଭବ ହୁଏ। ସେଥିପାଇଁ ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳମୂଳ ବିଶେଷକରି ଆମ୍ବ, କମଳା, ଡାଳିମ୍ବ, ଅଙ୍ଗୁର ଜୁସ୍ ପିଇପାରିବେ। ଏପରିକି ମିକ୍ସ ଫ୍ରୁଟ୍ ଜୁସ୍ ପିଇଲେ ବି ଖରାଦିନେ ଶରୀରକୁ ଶକ୍ତି ମିଳିବା ସହ ଫୁର୍ତ୍ତି ଲାଗିଥାଏ।












Click it and Unblock the Notifications