Health Tips: ସକାଳୁ ଉଠିବାର ଏହି ଫାଇଦା; ଜାଣିଲେ ଆପଣ ବି ଭୋରରୁ ଉଠିବେ
ଅନେକ ସମୟରେ ସମସ୍ତଙ୍କୁ ସକାଳୁ ଉଠିବା ଲାଗି ପରାମର୍ଶ ଦିଆଯାଇଥାଏ। ଭୋର୍ରୁ ଉଠିଲେ ଶରୀର ଓ ମନ ଭଲରେ ରହେ ବୋଲି ସାଧାରଣରେ ଧାରଣା। କିନ୍ତୁ ଏବେ ଆଉ ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।
କୋଲୋରାଡୋ-ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍ ବେଟର କହିଛନ୍ତି ଯେ, ଭୋର୍ରୁ ଉଠିବା ଲାଭଦାୟକ। ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍ ହେବାର ଆଶଙ୍କା କମ୍ ଥାଏ।
ଅନ୍ୟପକ୍ଷରେ ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି , ସେମାନଙ୍କଠାରେ ମାନସିକ ଅବସାଦର ଆଶଙ୍କା ଅଧିକ ବୋଲି ମଧ୍ୟ ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।
ଯେଉଁମାନେ ଅନିୟମିତ ଶୈଳୀରେ ଶୟନ କରୁଛନ୍ତି, ସେମାନଙ୍କଠାରେ ବି ମାନସିକ ଅବସାଦର ଆଶଙ୍କା ରହିଛି।

ଏହି ଗବେଷଣାର ସନ୍ଦର୍ଭ 'ସାଇକିଆଟ୍ରିକ୍ ରିସର୍ଚ୍ଚ' ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣାରେ ୩୨ ହଜାର ମହିଳାମାନଙ୍କୁ ସାମିଲ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକ ଠିକ୍ ସମୟରେ ଶୋଉନଥିବା ମହିଳା ଓ କେତେକ ବଡ଼ିଭୋର୍ରୁ ଉଠୁଥିବା ମହିଳା ଥିଲେ। ଏମାନଙ୍କୁ ୨୪ ଘଣ୍ଟା ଯାଏଁ ପରୀକ୍ଷଣ ଭିତରେ ରଖାଯାଇ ଗବେଷଣା କରାଯାଇଥିଲା। ଅବଶେଷରେ ଜଣାପଡିଥିଲା ଯେ, ଯେଉଁମାନେ ବଡିଭୋର୍ରୁ ଉଠନ୍ତି ସେମାନେ ମାନସିକ ଅବସାଦଗ୍ରସ୍ତ ହୋଇନଥାନ୍ତି।












Click it and Unblock the Notifications