Health Tips: କମ୍ ଶୋଉଛନ୍ତି କି? ହୋଇପାରେ ଏହି ରୋଗ
ସୁସ୍ଥ ଶରୀର ପାଇଁ ନିଦର ଆବଶ୍ୟକତା ରହିଛି। ଜଣେ ସାଧାରଣ ବ୍ୟକ୍ତି ନିୟମିତ ଭାବେ ୮ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ। ନଚେତ୍ ଏହା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ନିଦ୍ରାହୀନତା କେବଳ ଶାରୀରିକ ସ୍ୱାସ୍ଥ୍ୟ କୁ ନୁହେଁ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ। ଯାହା ଅସମୟରେ ମୃତ୍ୟୁର କାରଣ ସାଜେ।
ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ- ଅନିଦ୍ରା ହେବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ଭାରି ପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ଷ୍ଟ୍ରେସ୍, ଅଙ୍ଗଜାଇଟି, ଡିପ୍ରେସନ୍ ଭଳି ରୋଗର ଶିକାର ହେବାର ଆଶଙ୍କା ରହିଥାଏ।
ହରମୋନ୍ ଅସନ୍ତୁଳନ ରୁହେ- ରାତିରେ ବିଳମ୍ବରେ ଶୋଇବା ଦ୍ୱାରା ଏହାର ସିଧା ପ୍ରଭାବ ହର୍ମୋନ ଉପରେ ପଡ଼ିଥାଏ। ଏହା ଦ୍ୱାରା ମେଦବହୁଳତା, ପିମ୍ପଲ ଭଳି ସମସ୍ୟା ଦେଖା ଦେଇଥାଏ।

ମେଦବହୁଳତା ବଢ଼େ- ରାତିରେ ଅନିଦ୍ରା ହେବାର କୁପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ଏହା ଦ୍ୱାରା ଶରୀରର ମେଟାବୋଲିଜିମ୍ ଖରାପ ହେବା ସହ ମୋଟାପା ବୃଦ୍ଧି ପାଇଁ ଥାଏ। ଯାହା ପରବର୍ତ୍ତୀ ସମୟରେ ହାର୍ଟ ଡିଜିଜ ଭଳି ସମସ୍ୟାର କାରଣ ସାଜେ
ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ- ନିଦ୍ରାହୀନତା ଦ୍ୱାରା ଶରୀରର ଶକ୍ତି ହ୍ରାସ ପାଏ ଯାହାକି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ଏହି ସମସ୍ୟା ଶରୀରକୁ ଦୁର୍ବଳ କରିଦିଏ। ଫଳତଃ ବିଭିନ୍ନ ଅଣୁଜୀବ ଅତି ସହଜ ଭାବେ ଶରୀରକୁ ଆକ୍ରମଣ କରିପାରନ୍ତି ।
ହାର୍ଟ ଅଟାକ୍ର ବିପଦ - ନିଦ୍ରାହୀନତାର ସବୁଠାରୁ ଅଧିକ ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ଫଳତଃ ସମୟେ ସମୟେ ହାର୍ଟ ଅଟାକର ମଧ୍ୟ ଶିକାର ହେବାକୁ ପଡ଼େ। ନିଦ୍ରାହୀନତା ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ ଜନ୍ମ ଦେଇଥାଏ












Click it and Unblock the Notifications