Health Tips: ଆପଣଙ୍କୁ ଥକ୍କାପଣ ଅନୁଭବ ହେଉଛି କି ? ଖାଦ୍ୟ ସାମିଲ କରନ୍ତୁ ଏହି ପୋଷକ ତତ୍ତ୍ବ
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ଚାପଗ୍ରସ୍ତ ଏବଂ ଥକ୍କାପଣର ଶିକାର । ତେଣୁ ସକ୍ରିୟ ରହିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ଯାହା ଶରୀରର ମାଂସପେଶୀକୁ ମଜବୁତ କରିଥାଏ ଏବଂ ଥକ୍କାପଣ ଦୂର କରେ । ଏହି ପୋଷକ ତତ୍ତ୍ବ ଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ ?
ଦୁଗ୍ଧଜାତ ଦ୍ରବ୍ୟ: ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପ୍ରୋଟିନରେ ଭରପୁର । ଯାହା ମାଂସପେଶୀ ଗଠନରେ ସାହାଯ୍ୟ କରେ । ଏହାସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି ପରିପ୍ରେକ୍ଷୀରେ କମ୍ ଚର୍ବି ଥିବା ଦୁଗ୍ଧଜାତ ଦ୍ରବ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି ବିଶେଷଜ୍ଞ ।
ବାଦାମ: ବାଦାମରେ ଭରପୁର ପ୍ରୋଟିନ ରହିଛି । ପିସ୍ତା ଏବଂ ବାଦାମ ପ୍ରତିଦିନ କିଛି ପରିମାଣରେ ଖାଇବା ଭଲ । ଏଗୁଡ଼ିକ ହୃଦୟ ପାଇଁ ବେଶ ଲାଭଦାୟକ । ଏଗୁଡ଼ିକୁ ସାଲାଡ ଏବଂ ରନ୍ଧା ଖାଦ୍ୟରେ ପକାଇ ଖାଇପାରିବେ । ବାଦାମରେ କ୍ୟାଲୋରୀ ମଧ୍ୟ ଅଧିକ ଥାଏ । ତେଣୁ ଏଗୁଡ଼ିକୁ ସୀମିତ ପରିମାଣରେ ଖାଇବାକୁ ପରାମର୍ଶ ଦେଇଥାନ୍ତି ବିଶେଷଜ୍ଞ । 2023 ମସିହାରେ ନ୍ୟୁଟ୍ରିଏଣ୍ଟସ୍ ଜର୍ଣ୍ଣାଲରେ ଏହା ପ୍ରକାଶିତ ହୋଇଥିଲା ।

ବିଶେଷକରି ମାଛରେ ପ୍ରୋଟିନ୍ ସହିତ ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ଅଧିକ ଥାଏ । ଯାହା ହୃଦୟ ପାଇଁ ଭଲ ।
ମାଂସରେ ମଧ୍ୟ ପ୍ରୋଟିନ୍ ଭରପୁର ରହିଥାଏ । ତଥାପି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ । କାରଣ ଏଥିରେ ଚର୍ବି ମଧ୍ୟ ଅଧିକ ଥାଏ ।
ଅଣ୍ଡାରେ ମଧ୍ୟ ପ୍ରୋଟିନ୍ ଥାଏ । ତଥାପି ଉଚ୍ଚ କୋଲେଷ୍ଟ୍ରଲ୍, ହୃଦରୋଗ ଏବଂ ମଧୁମେହ ଥିବା ଲୋକମାନେ ପ୍ରତିଦିନ କେତେ ପରିମାଣରେ ଅଣ୍ଡା ଖାଇପାରିବେ ସେ ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।












Click it and Unblock the Notifications