୬ଟି ବଡ଼ ସମସ୍ୟା ଦୂର କରେ ଆଳୁ, ଜାଣନ୍ତୁ ମିଳିଥାଏ କେଉଁ ସବୁ ଫାଇଦା
ଆଳୁକୁ ପରିବାମାନଙ୍କର ମଧ୍ୟରେ ରାଜା ବୋଲି କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ବଜାରରେ ଏହାର ମୂଲ୍ୟ ମଧ୍ୟ କମ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେମାନେ ଆଳୁ ଖାଇଥାଆନ୍ତି ।
ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।ଆଳୁରେ ଫାଇବର, ପୋଟାସିୟମ, ଭିଟାମିନ ସି ଏବଂ ବି ରହିଥାଏ ।ଆଳୁରେ ରହିଥିବା ପୋଷକ ତତ୍ତ୍ୱ ଆମ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ଗୋଟେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ବିବେଚନା କରାଯାଏ ।ଆଳୁ ଖାଇବାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ ।ଆଳୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ ବୋଲି କୁହାଯାଏ ।ବାର୍ଦ୍ଧକ୍ୟ ବଢାଉଥିବା ଶକ୍ତିକୁ କମ କରିଥାଏ ଆଳୁ ।ତ୍ୱଚାକୁ ସୁନ୍ଦର ରଖିବାରେ ମଧ୍ୟ ଆଳୁର ଭୂମିକା ରହିଥାଏ ।ଔଷଧୀୟ ଗୁଣ ସହିତ କିଛି ଲୋକଙ୍କ ପାଇଁ ଆଳୁ ହାନୀକାରକ ସାବ୍ୟସ୍ତ ହୋଇପାରେ ।

ଆଳୁରେ ଶ୍ୱେତସାର ଅଧିକ ମାତ୍ରାରେ ଥିବାରୁ ଏହାକୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।ପ୍ରତ୍ୟେକ ଦିନ ଅଧିକ ଆଳୁ ଖାଉଥିବା ବ୍ୟକ୍ତିଙ୍କର ଗ୍ୟାସ୍ ବା ଅମ୍ଳ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ ।ଯଦି ଆପଣଙ୍କ ରକ୍ତରେ ଶର୍କରା ପରିମାଣ ଅଧିକ ରହିଛି ତେବେ ଆଳୁ ଆଦୌ ଖାଆନ୍ତୁ ନାହିଁ ।ଆଳୁରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜ୍ର ମାତ୍ରା ବୃଦ୍ଧି ପାଇଥାଏ। ରକ୍ତରେ ଶର୍କରାର ମାତ୍ରା କମ୍ କରିବା ପାଇଁ ଆଳୁ ଖାଇବା ବନ୍ଦ କରିଦିଅନ୍ତୁ ।ଆଳୁ ଆପଣଙ୍କ ରକ୍ତଚାପରେ ପ୍ରଭାବ ପକାଇଥାଏ । ଏହା ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ ।
ଗବେଷଣାରୁ ଜଣାପଡ଼ିଛି ସପ୍ତାହକୁ ୪ ଥର କିମ୍ବା ତା'ଠାରୁ ଅଧିକ ଆଳୁ ଖାଇବାଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ ।ସୂଚନା ଅନୁଯାୟୀ, ଆଳୁ ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସେମାନଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ଯେଉଁମାନେ ନିଜ ଓଜନ ବଢାଇବାକୁ ଚାହିଁ ଥାଆନ୍ତି । ହେଲେ ଯଦି ଆପଣ ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆଳୁର ସେବନ କମ୍ କରନ୍ତୁ।
ସାଧାରଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି












Click it and Unblock the Notifications