Health Tips:ପୋଷକ ତତ୍ତ୍ୱରେ ଭରପୂର ଅମୃତଭଣ୍ଡା ପତ୍ର, ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ?
ଅମୃତଭଣ୍ଡା ପତ୍ରରୁ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ଉତ୍ସ ମିଳିଥାଏ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ କେ ମଧ୍ୟ ରହିଥାଏ । ଏହା ବ୍ୟତୀତ ଫସଫରସ୍, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଅମୃତଭଣ୍ଡା ପତ୍ରରୁ ମିଳିଥାଏ ।
କେଉଁ ସବୁ ରୋଗ ପାଇଁ ଉପକାରୀ ଅମୃତଭଣ୍ଡା ପତ୍ର
ଡେଙ୍ଗୁ ଏବଂ ମ୍ୟାଲେରିଆରେ ଲାଭଦାୟକ:- ବର୍ଷା ଋତୁରେ ଅଧିକାଂଶ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ ଅମୃତଭଣ୍ଡା ପତ୍ର ଲାଭଦାୟକ ହୋଇପାରେ । ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି ପାଇଁ ଅମୃତଭଣ୍ଡା ପତ୍ର ବେସ୍ ଉପକାରୀ । ସେହିପରି ମ୍ୟାଲେରିଆ ନିରାକରଣ ପାଇଁ ମଧ୍ୟ ଅମୃତଭଣ୍ଡା ପତ୍ର ଖାଇପାରିବେ ।
କର୍କଟ:- ଅମୃତଭଣ୍ଡା ପତ୍ର କର୍କଟ ଭଳି ମାରାତ୍ମକ ରୋଗକୁ ମଧ୍ୟ ରୋକିପାରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ଯୌଗିକ କର୍କଟକୁ ନିୟନ୍ତ୍ରଣ କରିବାରେ କିମ୍ବା ମନ୍ଥର କରିବାରେ ସାହାଯ୍ୟ କରିଥାଏ ।

ହଜମ ପ୍ରକ୍ରିୟା:- ଅମୃତଭଣ୍ଡା ପତ୍ର ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ । ଏହାର ଆଣ୍ଟିଇନ୍ଫ୍ଲାମେଟୋରୀ ଗୁଣ କୋଷ୍ଠକାଠିନ୍ୟ, ପେଟ ଫୁଲା ଏବଂ ପ୍ରଦାହ ଭଳି ହଜମ ପ୍ରକ୍ରିୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଋତୁସ୍ରାବ ସମସ୍ୟା:- ମାସିକ ଧର୍ମ ଅବଧି ସମୟରେ ଅମୃତଭଣ୍ଡା ବେସ୍ ଉପକାରୀ ହୋଇପାରେ। ଅତ୍ୟଧିକ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହେଉଥିଲେ ଅମୃତଭଣ୍ଡା ପତ୍ର ବ୍ୟବହାର କରିପାରିବେ ।
ଚର୍ମ ସମ୍ବନ୍ଧୀୟ ସମସ୍ୟା:- ଅମୃତଭଣ୍ଡା ପତ୍ରରେ ଥିବା ଆଣ୍ଟିଇନ୍ଫ୍ଲାମେଟୋରୀ ଗୁଣ ବ୍ରଣ, ଏଗଜିମା ଏବଂ ସୋରିୟାସିସ୍ ଭଳି ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ଲାଭଦାୟକ ।
କିପରି ବ୍ୟବହାର କରିବେ ଅମୃତଭଣ୍ଡା ପତ୍ର:
ଅମୃତଭଣ୍ଡା ପତ୍ରକୁ ଶୁଖାଇ ରଖନ୍ତୁ। ଏହାକୁ ଗରମ ପାଣିରେ ଫୁଟାଇ ପିଇ ପାରିବେ । ସତେଜ ଥିବା ଅମୃତଭଣ୍ଡା ପତ୍ରରୁ ରସ ବାହାର କରନ୍ତୁ ଏବଂ ଦିନକୁ ଦୁଇଥର ୧-୨ ଚାମଚ ପିଅନ୍ତୁ । କଞ୍ଚା ଅମୃତଭଣ୍ଡା ପତ୍ରକୁ ମଧ୍ୟ ଗରମ ପାଣିରେ ଫୁଟାଇ ଚା ପରି ପିଇ ପାରିବେ ।












Click it and Unblock the Notifications