Health Tips: ଶରୀର ପାଇଁ ଅମୃତ ସଦୃଶ୍ୟ ହୋଇଥାଏ ଅମୃତଭଣ୍ଡା

ଅମୃତଭଣ୍ଡା ଏକ ସ୍ୱାଦିଷ୍ଟ ଓ ସହଜରେ ଉପଲବ୍ଧ ହେଉଥିବା ଲାଭଦାୟୀ ଫଳ । ଏହାକୁ ଉଭୟ କଞ୍ଚା ଓ ପାଚିଲା ସମୟରେ ଖାଇ ହୁଏ। ଅନେକ ଲୋକ ଏହି ଗଛକୁ ଘରେ ମଧ୍ୟ ଲଗାଇ ଥାଆନ୍ତି ।

ଘରେ ବରିଷ୍ଠ ଲୋକେ ଅମୃତଭଣ୍ଡାର ଉପକାରିତା ବିଷୟରେ କହିବା ସହ ଏହାକୁ ଖାଇବା ଲାଗି ପରାମର୍ଶ ଦେଇଥାଆନ୍ତି। ପ୍ରତିଦିନ ଅମୃତଭଣ୍ଡା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ବିଶେଷ କରି ଗ୍ରୀଷ୍ମ ଋତୁରେ ଏହା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ ଲାଭଦାୟୀ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା, ଅମୃତଭଣ୍ଡାର ଉପକାରୀ ଗୁଣ ବିଷୟରେ

ଅନେକ ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମରେ ଅନିୟମିତତା ଦେଖାଦେଇଥାଏ ଯାହା ଫଳରେ ଅନେକ ମହିଳା କିମ୍ବା ଯୁବତୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ବିଭିନ୍ନ ପ୍ରକାର ଔଷଧ ତଥା ରସାୟନ ବ୍ୟବହାର ପରେ ମଧ୍ୟ କୌଣସି ସୁଫଳ ମିଳିନଥାଏ। ତେବେ ପ୍ରତିଦିନ ଅମୃତଭଣ୍ଡା ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରେ। ତେବେ ନିଜର ଦୈନନ୍ଦିନ ଖାଦ୍ୟରେ ଯୁବତୀ ଓ ମହିଳା ମାନେ ଅମୃତଭଣ୍ଡା ଖାଇବା ଉଚିତ୍।

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ: ମଧୁମେହ ରୋଗୀ ମାନେ ନିଜ ଖାଦ୍ୟପେୟରେ ଅନେକ ଅସୁବିଧା ଭୋଗି ଥାଆନ୍ତି। ଅନେକ ଖାଦ୍ୟ ଖାଇବା ନେଇ ଏହି ରୋଗୀ ମାନଙ୍କ ଉପରେ ପ୍ରତିବନ୍ଧକ ଲାଗିଥାଏ। ତେବେ ଗ୍ରୀଷ୍ମ ଋତୁରେ ମଧୁମେହ ରୋଗୀଙ୍କର ଖାଦ୍ୟରେ ସନ୍ତୁଳନ ରହେନାହିଁ। ଏହା ଫଳରେ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇବାରେ ଲାଗିଥାଏ। ଏହାସହ ରକ୍ତଚାପ ମଧ୍ୟ ବୃଦ୍ଧି ପାଇଥାଏ। ପ୍ରତିଦିନ ଅମୃତଭଣ୍ଡା ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ଏହା ରକ୍ତରେ ଶର୍କରାର ପରିମାଣ ସନ୍ତୁଳନରେ ରକ୍ଷା କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଅମୃତ ସଦୃଶ୍ୟ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ: ଖରାଦିନେ ଶରୀରରୁ ଜଳୀୟ ଅଂଶ କମିବା ସହ ଡିହାଇଡ୍ରେସନର ବିପଦ ରହିଥାଏ। ଏହାଛଡା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଏହି ସମୟରେ ଦେହ ସୁସ୍ଥ ରଖିବା ପାଇଁ ନିୟମିତ ଅମୃତ ଭଣ୍ଡା ଖାଇବା ଉଚିତ୍। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ହାଇଡ୍ରେଟେଡ୍‌ ରଖିଥାଏ। ଏହା ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍-(ସି) ମିଳିଥାଏ । ତେଣୁ ଖରାଦିନେ ନିୟମିତ ଭାବେ ଅମୃତଭଣ୍ଡା ଖାଇବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+