Health Tips: କେଶ ଝଡ଼ିବା ବନ୍ଦ କରେ ପିଆଜ ରସ
ପ୍ରତିଦିନ ମୁଣ୍ଡ କୁଣ୍ଡାଇଲେ କିଛି କିଛି କେଶ ଉପୁଡ଼ିଥାଏ ଓ କେତେକ କ୍ଷେତ୍ରରେ ବାଳ ମଧ୍ୟ ବଢ଼ିନଥାଏ। ଯାହା ଭାବି ଭାବି ଆମେ ବହୁତ ଦୁଃଖ ଅନୁଭବ କରିଥାଉ। ଆମେ ସାଧାରଣତଃ ଭାବୁ ମାନସିକ ଦୁଶ୍ଚିନ୍ତା ଯୋଗୁ କେଶ ଝଡିଥାଏ। ପ୍ରକୃତରେ ଏପରି କିଛି ହୋଇନଥାଏ । କେଶ ଝଡିବା ରୋକିବାକୁ ଓ କେଶ ବଢ଼ାଇବାକୁ ଆମେ ଅନେକ ପ୍ରକାର କେମିକାଲ୍ ବ୍ୟବହାର କରିଥାଉ। କିନ୍ତୁ ଏଥିରେ କେଶ ଝଡିବା ବନ୍ଦ ହୋଇ ନ ଥାଏ, ବରଂ ଅଧିକ କ୍ଷତି ହୋଇଥାଏ। ଅନେକ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ତେବେ ଆମ ହାତପାହାନ୍ତାରେ ଏମିତି କିଛି ଜିନିଷ ସବୁ ରହିଛି ଯାହାକୁ ଆମେ କେଶ ଝଡ଼ିବା ରୋକିବା ପାଇଁ ବ୍ୟବହାର କରିପାରିବ।
ପୁଣି ସେଗୁଡ଼ିକରେ ପାଶ୍ୱପ୍ରତିକ୍ରିୟାର ବି ଭୟ ନଥାଏ। ଯେପରିକି ପିଆଜ। ପିଆଜ ରସ କେଶ ଝଡ଼ା ରୋକିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପିଆଜ ରସ କେଶର ମୂଳକୁ ଶକ୍ତ ରଖେ। ଫଳରେ କେଶ ଝଡ଼ିବା ବନ୍ଦ ହୋଇଯାଏ। ତା'ସହିତ ଏହା କେଶ ବଢ଼ିବାରେ ସାହାଯ୍ୟ କରିଥାଏ। ପୁଣି ଏହି ରସରେ କୌଣସି କେମିକାଲ ନଥାଏ । ସେଥିପାଇଁ ତାକୁ ବ୍ୟବହାର କଲେ ଆମ କେଶର ଉପରେ କିଛି ଖରାପ ପ୍ରଭାବ ପକାଇ ନ ଥାଏ। ଏଥିରୁ ଆଉ ଏକ ଉପକାର ବି ମିଳିଥାଏ। ଏହି ରସ ବ୍ୟବହାର କରିବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ।

କେମିତି ବ୍ୟବହାର କରିବା
ପ୍ରଥମେ ପିଆଜ ରସକୁ କେଶର ସବୁଅଂଶରେ ଲଗାଇ ଦେବା । ଲଗାଇର ୩୦ ମିନିଟ୍ ପରେ କେଶକୁ ସାମ୍ପୁ ଦ୍ୱାରା ଧୋଇଦେବା। ପିଆଜ ରସକୁ ଆମେ ପ୍ରତିଦିନ ମହୁ ସହିତ ମିଶାଇ କେଶରେ ଲଗାଇପାରିବା ।












Click it and Unblock the Notifications