Health Tips: ସୁସ୍ଥ ଶରୀର ପାଇଁ ଏହି ସରଳ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ସକାଳ ଭଲରେ ବିତିଲେ ଦିନଯାକର କାମ ଖୁବ ସହଜ ଲାଗିଥାଏ। ଶରୀର ମଧ୍ୟ ସୁସ୍ଥ ଭଳି ଅନୁଭବ ହୋଇଥାଏ। ତେବେ ଏଥିପାଇଁ କିଛି ପାନୀୟ ବେଶ ସହାୟକ ହୋଇଥାଏ। ସକାଳେ ଉଠି ସର୍ବପ୍ରଥମେ ଏକ କପ ସତେଜ ପୁଦିନାପତ୍ରର ଚା' ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ପାଚତନ୍ତ୍ର ଓ ରୋଗ ପ୍ରତିରୋଧକ କ୍ଷମତାକୁ ସଠିକ ରଖିଥାଏ। ଏହାକୁ ସେବନ କରିବା ଦ୍ୱାରା ଦିନଯାକ ସତେଜ ଅନୁଭବ କରନ୍ତି।
ଲେମ୍ବୁ ପାଣିକୁ ସାଧାରଣ ଭାବେ ମଧ୍ୟ ଶକ୍ତି ପ୍ରଦାନ କରୁଥିବା ପାନୀୟ ବୋଲି କୁହାଯାଏ। ସକାଳୁ ସକାଳୁ ଅଳ୍ପ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଶରୀର ପାଇଁ ବେଶ ସ୍ୱାସ୍ଥ୍ୟକର। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।

Health Tips
ସକାଳୁ ସକାଳୁ ଗ୍ରୀନ ଟିର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିଥାଆନ୍ତି। ତେଣୁ ସକାଳୁ ଗ୍ରୀନ ଟିର ସେବନ ବେଶ ହିତକାରକ।
ପଇଡ ପାଣି ମଧ୍ୟ ଶକ୍ତି ପ୍ରଦାନ କରୁଥିବା ପାନୀୟ ବୋଲି କୁହାଯାଏ। ସକାଳୁ ସକାଳୁ ଏହାକୁ ସେବନ କରିବା ଦ୍ୱାରା ଦିନ ଯାକ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଦିନଯାକ ସତେଜ ଅନୁଭବ ହୋଇଥାଏ।
  • ଶରୀରକୁ ସୁସ୍ଥ ଓ ମନକୁ ପ୍ରଫୁଲ ରଖିବା ପାଇଁ ପ୍ରତିଦିନ ଚାଲିବା ନିତ୍ୟାନ୍ତ ଅବଶ୍ୟକ । କିନ୍ତୁ ଆମେ ବ୍ୟସ୍ତ ବହୁଳ ଜୀବନରେ ଚାଲିବା କିମ୍ବା ବ୍ୟାୟାମ କରିବା ଭୁଲି ଯାଇଥାଉ । ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ମଧ୍ୟ ହେଉଛି ।
  • ପ୍ରତିଦିନ ୩୦ ମିନିଟ୍ ଚାଲିବା ଦ୍ବାରା ଶରୀରର ହାଡ ମଜଭୁତ ରହିଥାଏ ।
  • ଯଦି ଆପଣ ପ୍ରତିଦିନ ଚାଲୁଛନ୍ତି, ତେବେ ଆପଣଙ୍କର ଅତିରିକ୍ତ ଓଜନ ଅତି ସହଜରେ ହ୍ରାସ ହେବ ।
  • ବ୍ୟସ୍ତ ଜୀବନରେ ଚାଲିବା ଅତ୍ୟନ୍ତ ଆବଶ୍ୟକ । ଏହା ଦ୍ବାରା ଆପଣ ଚିନ୍ତାମୁକ୍ତ ହେବେ ।
  • ଚାଲିବା ଦ୍ବାରା ମଧୁମେହ, କର୍କଟ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।
  • ଚାଲିବା ଦ୍ବାରା ଶରୀରର ମାଂସପେଶୀ ମଜଭୁତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
  • ପ୍ରତିଦିନ ଚାଲିବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।
  • ଚାଲିବାକୁ ଯିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ........
  • ଚାଲିବାକୁ ଯିବା ପୂର୍ବରୁ ଶୌଚ ସାରି ଯାଆନ୍ତୁ ।
  • ଋତୁ ଅନୁଯାୟୀ ପୋଷାକ ପରିଧାନ କରନ୍ତୁ । ନହେଲେ ଆପଣ ରୋଗରେ ପଡି ପାରନ୍ତି ।
  • ଚାଲିବା ସମୟରେ ଯଦି ଆପଣ କୌଣସି କଷ୍ଟ ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+