Health Tips: କେମିତି କମିବ ପେଟ ? ଜାଣିବା ଏହା ସମ୍ପର୍କରେ

ଯଦି ଆପଣ ନିଜ ପେଟ କମାଇବାକୁ ଚାହୁଛନ୍ତି ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ଯନ୍ତ ପଢନ୍ତୁ । କାରଣ ଆଜି ଆମେ ଜଣାଇବାକୁ ଯାଉଛି ପେଟ କମେଇବାର କିଛି ଉପାୟ ବିଷୟରେ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସବୁବେଳେ ଠିକ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ । ନିଜ ଖାଇବାର ଗୋଟିଏ ଟାଇମ ଟେବଲ ରଖନ୍ତୁ । ଖାଦ୍ୟ ଖାଇସାରି ସଙ୍ଗେ ସଙ୍ଗେ ଶୋଇବା ପାଇଁ ଯାଅନ୍ତୁ ନାହିଁ । ଖାଇବା ପରେ ଟିକିଏ ସମୟ ଚଲା ବୁଲା କରନ୍ତୁ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଖାଇସାରି ସଙ୍ଗେ ସଙ୍ଗେ କାମରେ ବସିପଡନ୍ତି ତାହା ନକରି ଆପଣ ଖାଇସାରି 10 ମିନିଟ ଏପଟ ସେପଟ ହେଇ ଚାଲନ୍ତୁ ।

Health Tips

ଏହି ଅଭ୍ୟାସ ରଖିଲେ ଆପଣଙ୍କର ଓଜନ କେବେ ମଧ୍ୟ ବୃଦ୍ଧି ହେବ ନାହିଁ । ରାତି ଖାଇବା 9ତ ଭିତରେ କରନ୍ତୁ । ଏବଂ ଏହା ପରେ ଟିକେ ଚାଲନ୍ତୁ ନିହାତି ୧୦୦ ପାଦ । ଯୋଗ ପ୍ରାଣାୟମ କରିବା ବେଳେ ଯଦି ଆପଣ ନିଶ୍ଵାସ ପ୍ରଶ୍ଵାସ ଠିକ ଭାବେ ନବା ଆଣିବା କରୁଛନ୍ତି ତେବେ ଆପଣଙ୍କ ପେଟରେ ଚର୍ବି ବଢିବ ନାହିଁ ।

ଅଳ୍ପ ଖାଇବା ପରେ ମଧ୍ୟ ଯଦି ଓଜନ ବଢୁଛି ତେବେ ଆପଣ ଖାଇବା ପରେ ଏକ୍ସରସାଇଜ କରିବା ସହ ନିଜ କାର୍ଯ୍ୟ ନିଜେ କରନ୍ତୁ ଯେମିତି ଟିକେ ଚଲା ବୁଲା କରିହେବ । ଚିନି, ଲୁଣ, ମଇଦା ଖାଇବା ଟିକେ କମ ପରିମାଣରେ ଖାଅନ୍ତୁ । ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଟିକେ କମାନ୍ତୁ । ସବୁବେଳେ ନିଜ ଖାଇବାକୁ ସମାନ ପରିମାଣର ରଖନ୍ତୁ ।

ଚିକେନ ମଟନ ବି ସବୁବେଳେ ଖାଇପାରିବେ କିନ୍ତୁ ୨,୩ ଖଣ୍ଡରୁ ବେଶି ଖାଅନ୍ତୁ ନାହିଁ । ପ୍ରତ୍ୟକ ଦିନ କାର୍ବୋହାଇଡ୍ରେଟ, ଫ୍ୟାଟ, ପ୍ରୋଟିନ ସବୁର ଆବଶ୍ୟକତା ରହିଛି ଶରୀରକୁ । ଭୋକକୁ ମାରି ରୁହନ୍ତୁ ନାହିଁ । ଆପଣ ଡ୍ରାଏ ଫୃଟ ସବୁ ଖାଇପାରିବେ । ସବୁବେଳେ ଭଲ ଜିନିଷ ଆଣନ୍ତୁ । ବାରମ୍ବାର ତେଲକୁ ବ୍ୟବହାର କରି କୌଣସି ଖାଦ୍ୟ ତିଆରି କରନ୍ତୁ ନାହିଁ ।

ଶରୀରରେ ମଇଦା, ଲୁଣ ଏବଂ ଚିନି ବହୁତ କ୍ଷତି ପହଞ୍ଚାଇଥାନ୍ତି । ତେଣୁ ଏସବୁ ଖାଇବାକୁ ମଧ୍ୟ ଟିକେ ଦେଖି ଚାହିଁ ଖାନ୍ତୁ ଅଳ୍ପ ମାତ୍ରାରେ । ଖାଇବା କେବେ ବି ବହୁତ ଅଧିକ ଖାଅନ୍ତୁ ନାହିଁ । ଖାଇବାରେ ରେଗୁଲାର ନଟସ, ଦହି, ସାଲଡ ଇତ୍ୟାଦି ଆଡ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+