Health Tips: ଶରୀର ପାଇଁ ଦହି କେତ ଉପକାରୀ , ଜାଣନ୍ତୁ

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ । ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ। ପ୍ରାୟ ୭୦ ପ୍ରତିଶତ ଶକ୍ତି ଆମେ ଦହିରୁ ହିଁ ପାଇଥାଉ । ଦହିରେ କ୍ୟାଲ୍‌ସିୟମ୍‌ ଥିବାରୁ ଏହା ଅସ୍ଥି ଓ ଆଣ୍ଠୁଗଣ୍ଠିକୁ ମଜଭୁତ କରିବାରେ ସାହାଯ୍ୟ କରେ।

ଅଷ୍ଟିଓପୋରେସିସ୍‌ ସମସ୍ୟ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ । ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ ରଖେ। ଚର୍ମ ଏବଂ କେଶକୁ ବଢ଼ିବାରେ ଦହି ମଧ୍ୟ ସାହାଯ୍ୟ କରେ । ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ନୂଆ ଚର୍ମ ମଧ୍ୟ ଆପେ ସୃଷ୍ଟିି ହୋଇଯାଏ ।

Health Tips

ଏହା ମଧ୍ୟ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିଥାଏ। କେବଳ ସେତିକି ନୁହେଁ, କୋଲେଷ୍ଟରଲ ଏବଂ ମେଦ ବହୁଳତାକୁ ଏହା କେତେକାଂଶ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ । ନିୟମିତ ଦହି ଖାଇଲେ ତାହା ହୃତ୍‌ପିଣ୍ଡ ବା ହାର୍ଟକୁ ସୁସ୍ଥ ରଖିଥାଏ । ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କାରଣ ଏହା ରକ୍ତରେ ଶର୍କରାର ପରିମାଣକୁ ସନ୍ତୁଳିତ ରଖେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+