Health Tips: ଗର୍ଭାବସ୍ଥାରେ ମହିଳାମାନେ କେମିତି ଶୋଇବା ଉଚିତ୍ ଜାଣନ୍ତୁ
ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଯତ୍ନ ନିଆଯାଏ । ଗର୍ଭାବସ୍ଥାରେ ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଗର୍ଭବତୀ ମହିଳା ନିଜକୁ ସାମାନ୍ୟ ଅଣଦେଖା କଲେ ଏହାର କୁପ୍ରଭାବ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପ୍ରତି ପଡ଼ିଥାଏ । ଏପରିକି ଖାଦ୍ୟପେୟ, ଚାଲିବା, ବୁଲିବା, ଶୋଇବା ଆଦି ପ୍ରତି ସଚେତନ ରହିବା ଜରୁରୀ । ଏହି ସମୟରେ ଅଧିକାଂଶ ମହିଳାଙ୍କୁ ଠିକ୍ ଭାବେ ନିଦ ହୋଇ ନ ଥାଏ। ଏଥିସହିତ ଭୁଲ ଶୈଳୀରେ ଶୋଇବା ମଧ୍ୟ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେମିତି ଶୋଇଲେ ଶିଶୁଟି ସୁସ୍ଥ ରହିବ ।

- ଏକ ରିପୋର୍ଟରୁ ଜଣାପଡ଼ିଛି, ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୋଇଲେ ଭଲ ନୁହେଁ। ତେଣୁ କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ କଡ଼ ମାଡ଼ି ଶୋଇବା ଅଭ୍ୟାସ ଜାରିରଖନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍ ହୋଇଥାଏ ।
- ରାତିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ୍। ନଚେତ୍ ଛାଡ଼ି ଜଳାପୋଡ଼ା ହେବ। ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ ।
- ଯଥେଷ୍ଟ ପାଣି ପିଇବା ଉଚିତ୍।
- ଏହି ସମୟରେ ସୁସ୍ଥ ରହିବା ପାଇଁ ନିୟମିତ ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ପାଦ ଓ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ମିଳିବ।
- ଦିନରେ ଏକାଥରେ ଅଧିକ କିଛି ନ ଖାଇ ଅଳ୍ପ ଅଳ୍ପ ଅଧିକ ଥର ଖାଆନ୍ତୁ।
- ଗର୍ଭାବସ୍ଥାରେ ମହିଳାମାନେ ଶେଯର ଦୁଇ ପାର୍ଶ୍ୱରେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ ।












Click it and Unblock the Notifications