Health Tips: ଅମୃତଭଣ୍ଡା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ?

ଅମୃତଭଣ୍ଡା ସ୍ୱାସ୍ଥ୍ୟ ଉପକାରୀ ଗୁଣର ଏକ ଖଣି। ଏଥିରେ ଥିବା ଉପାଦାନ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱସ୍ଥ୍ୟକର ମଧ୍ୟ। ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି, ଭିଟାମିନ୍ ଏ, ଫୋଲେଟ୍, ଫାଇବର, କପର୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ତେବେ ଅମୃତଭଣ୍ଡା ଖାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ଉପକାରିତା ମିଳିଥାଏ, ଜାଣନ୍ତୁ...

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ଅମୃତଭଣ୍ଡାରେ ଦୁଇଟି ଏନଜାଇମ୍ ପେପେନ୍ ଏବଂ କାଇମୋପେପେନ୍ ରହିଥାଏ। ଏହି ଦୁଇଟି ଏନଜାଇମ୍ ହଜମ କରିବାରେ ସାହାଯ୍ୟ କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଭିଟାମିନ୍ ସିରେ ଭରପୂର ଅମୃତଭଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଫଳରେ ସଂକ୍ରମଣଜନିତ ରୋଗ ହେବାର ଆଶଙ୍କା କମ୍ ରହିଥାଏ।

Health Tips

ଓଜନ ହ୍ରାସ କରେ: ଓଜନ ହ୍ରାସରେ ଅମୃତଭଣ୍ଡା ବେଶ୍ ଲାଭଦାୟକ। ଏଥିରେ ଅଧିକ ଫାଇବର ଏବଂ କମ୍ କ୍ୟାଲୋରୀ ଥାଏ। ଫଳରେ ଅମୃତଭଣ୍ଡା ଖାଇବା ଦ୍ୱାରା ଭୋକ ଲାଗିନଥାଏ। ଯାହା ଦ୍ୱାରା ଓଜନ ହ୍ରାସ ସହଜ ହୋଇଥାଏ।

ଚର୍ମ ପାଇଁ ଲାଭଦାୟକ: ଅମୃତଭଣ୍ଡାରେ ଭିଟାମିନ୍ ସି, ଭିଟାମିନ୍ ଇ, ବିଟା-କାରୋଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ଥାଏ। ତେଣୁ ଅମୃତଭଣ୍ଡା ଖାଇବା ଦ୍ୱାରା ଚର୍ମ କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

ହୃଦ୍ ରୋଗରୁ ରକ୍ଷାକରେ: ଅମୃତଭଣ୍ଡାରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଭିଟାମିନ୍ ଇ ପରି ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳ ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ। ଏହା ମଧ୍ୟ କୋଲେଷ୍ଟ୍ରଲକୁ ହ୍ରାସ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+