Get Updates
Get notified of breaking news, exclusive insights, and must-see stories!

ଅତ୍ୟଧିକ ଝାଳ ବୋହୁଛି କି? ଏହି ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

Heart Attack: ସାଧାରଣତଃ ଖରା ଦିନେ କାମ କରିବା ବେଳେ କିମ୍ବା ଅତ୍ୟଧିକ ଗରମରୁ ଆମ ଶରୀରରୁ ଝାଳ ବୋହିଥାଏ । କିଛି ଲୋକଙ୍କ ଶରୀରରୁ ବେଶୀ ଝାଳ ବାହାରିଥାଏ ତ କାହା ଶରୀରରୁ ଝାଳ ବୋହିନଥାଏ ।

ତେବେ, ଗରମ ଦିନରେ ଝାଳ ବାହାରିବା ଗୋଟିଏ ସାଧାରଣ ସମସ୍ୟା, କିନ୍ତୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ପାଇଁ କେବଳ ଆଉ ଗରମ ଦିନରେ ଝାଳ ବାହାରୁନାହିଁ, ଏହି ସମସ୍ୟା ବର୍ଷାଋତୁରେ ମଧ୍ୟ ଦେଖିବାକୁ ମିଳୁଛି । ଜଳବାୟୁ ପ୍ରଦୂଷଣ ସହିତ ଆମ ମାନଙ୍କର ଜୀବନଶୈଳୀ ମଧ୍ୟ ଏଥିପାଇଁ ବିଶେଷ ଭାବରେ ଦାୟୀ ଅଟେ l

health tips

କୌଣସି କାମ କରିବା ବେଳେ ଝାଳ ବାହାରିବା ଗୋଟିଏ ସାଧାରଣ କଥା । କିନ୍ତୁ ଅଚାନକ ଭାବରେ ବିନା କୌଣସି କାରଣରେ ଝାଳ ବାହାରିବା ଶରୀର ପକ୍ଷରେ ଠିକ ନୁହେଁ l ଏହା ହୃଦଘାତ ର କାରଣ ହୋଇଥାଏ l ଅନେକ ସମୟରେ ମାତ୍ରାଧିକ ଝାଳ ବୋହିବା ଦ୍ୱାରା ମାଂସପେଶୀ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକି ହାର୍ଟ ଆଟାକ ର ଗୋଟିଏ କାରଣ ସାଜିଥାଏ ।

ଯେତେବେଳେ ଆମେ ଅଚାନକ ଭାବରେ ଅତ୍ୟଧିକ ଝାଳ ବାହାରୁଥିବାର ଅନୁଭବ କରୁଛନ୍ତୁ ସେହି ସମୟରେ ସତର୍କ ନିହାତି ରହିବ ଆବଶ୍ୟକ l ହାର୍ଟ କୁ ରକ୍ତ ପହଞ୍ଚାଉଥିବା ରକ୍ତ ଗ୍ରନ୍ଥି ଗୁଡିକୁ କରୋନାରୀ ଧମନୀ କୁହାଯାଇ ଥାଏ l ଯେତେବେଳେ ଏହି ଧମନୀ ରେ କୋଲେଷ୍ଟ୍ରଲ ଜମି ଯାଇଥାଏ ତେବେ ଏହା ବ୍ଲକ ହୋଇ ଯାଇଥାଏ l ଏହି କାରଣରୁ ହୃତପିଣ୍ଡ କୁ ରକ୍ତ ପ୍ରବାହ ହୋଇପାରେ ନାହିଁ l ଏବଂ ହାର୍ଟ କୁ ବ୍ଲଡ଼ ପମ୍ପ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବାକୁ ପଡିଥାଏ l ଏବଂ ଏହାର ପ୍ରଭାବ ହାର୍ଟ ଉପରେ ପଡିଥାଏ, ଏବଂ ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ ଏବଂ ଝାଳ ପ୍ରଚୁର ବୋହିଥାଏ l ଯାହାକି ହାର୍ଟ ଅଟାକ ର କାରଣ ହୋଇଥାଏ l

ବେଳେବେଳେ ଅତ୍ୟଧିକ ଝାଳ ବୋହି ହାତ , କାନ୍ଧ, ଦାନ୍ତ ବେକଷଣ୍ଢା ରେ ଯନ୍ତ୍ରଣା ଅନୂଭତ ମଧ୍ୟ ହୋଇଥାଏ , ଏଭଳି ସ୍ଥିତିରେ ଏହା ହାର୍ଟ ଆଟାକ ର କାରଣ ଅଟେ l ଏହାକୁ ଅଣଦେଖା ନକରି ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କର ରକ୍ତଚାପ ବୃଦ୍ଧି ହୋଇ ଆବଶ୍ୟକତା ଠାରୁ ଖୁବ ଅଧିକ ଝାଳ ବାହାରିଥାଏ l ଏଭଳି ସ୍ଥିତିରେ ଏହାକୁ ହାଲୁକା ରେ ନେବା ଉଚିତ ନୁହେଁ l ତୁରନ୍ତ ରକ୍ତଚାପ ଚେକ କରି ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ ନଚେତ ଏହା ହାର୍ଟ ଆଟାକ ର କାରଣ ମଧ୍ୟ ହୋଇପାରେ l ବେଳେବେଳେ ମୁଣ୍ଡ ବିନ୍ଧି ମଧ୍ୟ ଅତ୍ୟଧିକ ଝାଳ ବାହାରି ଥାଏ , ଏହାର ସିଧାସଳଖ ପ୍ରଭାବ ମଧ୍ୟ ହାର୍ଟ ଉପରେ ପଡିଥାଏ l ଯଦି ଏଭଳି କିଛି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+