Health Tips: ଖାଇଲେ ଦେହରେ ଲାଗୁନି, ଆପଣଙ୍କ ଶରୀର ଦୁର୍ବଳ ହୋଇଯାଉଛି କି ? କଣ କରିବେ

ଯଦି ଆପଣ ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ ଉନ୍ନତି।

ଶରୀରର ମାଂସପେଶୀର ବୃଦ୍ଧି ପାଇଁ ପ୍ରୋଟିନ୍, ଚର୍ବି ଏବଂ କାର୍ବୋହାଇଡ୍ରେଟ୍ ଭରପୂର ଖାଦ୍ୟ ଖାଇବା ଉଚିତ। ଏହା ଶରୀରର ଓଜନ ବୃଦ୍ଧି କରିବ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। ଦୁଗ୍ଧ, ଦହି, ପନିର, ବଟର ସହିତ ଦୁଗ୍ଧଜାତ ଦ୍ରବ୍ୟ ଓଜନ ବୃଦ୍ଧି ପାଇଁ ସର୍ବୋତ୍ତମ। ଏଥିରେ ପ୍ରୋଟିନ୍ ସହିତ ଭଲ ପରିମାଣର କ୍ୟାଲ୍‌ସିୟମ୍ ଥାଏ, ଯାହା ହାଡକୁ ମଜବୁତ କରିଥାଏ।

Health Tips

ପତଳା ଏବଂ ଦୁର୍ବଳ ଶରୀରରେ ନୂତନ ଜୀବନର ଶ୍ୱାସ ଭରିବା ପାଇଁ ବହୁ ପରିମାଣରେ ଡ୍ରାଏଡ୍ ଫ୍ରୁଟ୍ସ ଖାଇବା ଉଚିତ୍। ଡ୍ରାଏଡ୍ ଫ୍ରୁଟ୍ସ ପୋଷକ ତତ୍ତ୍ୱର ଭଣ୍ଡାର ଘର। ଓଜନ ବୃଦ୍ଧି ପାଇଁ କାଜୁ, ବାଦାମ, କିସ୍‌ମିସ୍, ଖଜୁରୀ ଏବଂ ଅନ୍ୟାନ୍ୟ ଡ୍ରାଏଡ୍ ଫ୍ରୁଟ୍ସ ଖାଇବା ଜରୁରୀ। ଏଥିରେ କ୍ୟାଲୋରୀ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ। ଏସବୁକୁ ସ୍ନାକ୍ସ ଭାବରେ ଖାଇପାରିବେ।ଓଜନ ବଢାଇଇବା ପାଇଁ ଆପଣ ବାଦାମ ବଟର ଖାଇବା ଆରମ୍ଭ କରିପାରିବେ। ବାଦାମ ବଟରରେ ଅଧିକ କ୍ୟାଲୋରୀ ସହିର ଚର୍ବି ମଧ୍ୟ ଭରପୂର ଥାଏ। ଏଗୁଡିକ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ବୃଦ୍ଧି ପାଏ ଏବଂ ଓଜନ ଦ୍ରୁତ ଗତିରେ ବଢିଯାଏ। ଏହା ବ୍ୟତୀତ ପେଶି, କଖାରୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜି ପରି ମଞ୍ଜି ଖାଇବା ଦ୍ୱାରା ଶରୀରକୁ ମଜବୁତ କରିଥାଏ ଏବଂ ପ୍ରଚୁର ଶକ୍ତି ଦେଇଥାଏ।ଓଜନ ବଢାଇବା ପାଇଁ ପ୍ରଚୁର ପରିମାଣରେ ଫଳ ଖାଇବା ଉଚିତ। କଦଳୀ, ସପେଟା, ଅମୃତଭଣ୍ଡା, ସେଓ, ପିଜୁଳି, ଅଞ୍ଜିର ଆଦି ଓଜନ ବଢାଇବାରେ ସାହାଯ୍ୟ କରେ। ଏସବୁରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ଶବଳ କରି ଗଢିଥାଏ। ଯଦି ଆପଣ ଚାହାଁନ୍ତି ତେବେ କଦଳୀ ଏବଂ କ୍ଷୀରର ଏକ ସେକ ମଧ୍ୟ କରି ପିଇପାରିବେ। ଏହା କରିବା ଦ୍ୱାରା କିଛି ସପ୍ତାହ ମଧ୍ୟରେ ଶରୀର ସୁସ୍ଥ ଦେଖାଯିବା ଆରମ୍ଭ କରିବ।କେବଳ ଫଳ ନୁହେଁ ପନିପରିବା ମଧ୍ୟ ଖାଇବା ଦ୍ୱାରା ଓଜନ ଶୀଘ୍ର ବଢିଥାଏ। ଆଳୁ, କନ୍ଦମୂଳ, ମକା, ସୋୟା ଏବଂ ଡାଲି ଖାଇବା ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ଦୁର୍ବଳତାକୁ ଦୂର କରିଥାଏ। ବିଶେଷ କଥା ହେଉଛି ଯେ ଆପଣ ଯେତେ ପନିପରିବା ଖାଇବେ, ଆପଣଙ୍କ ଶରୀର ଅଧିକ ଲାଭବାନ ହେବ। ପନିପରିବା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଖାଇବା ପିଇବା ପରେ ମଧ୍ୟ ଯଦି ଆପଣଙ୍କର ଓଜନ ବଢୁ ନାହିଁ ଏବଂ ଆପଣଙ୍କ ଶରୀର ଶୁଖିଯାଉଛି ଏବଂ କଣ୍ଟା ଭଳି ହୋଇଯାଉଛି ତେବେ ଆପଣ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ନିଜକୁ ପରୀକ୍ଷା କରିପାରିବେ। ଏହା ବ୍ୟତୀତ, ଆପଣ ଜଣେ ଫିଟ୍‌ନେସ୍ ପ୍ରଶିକ୍ଷକଙ୍କୁ ଭେଟି କିଛି ଟିପ୍ସ ମଧ୍ୟ ନେଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+