Helath Tips: ଖାଲି ପେଟରେ ଉଷୁମ ପାଣି ପିଇବା ଭଲ ନା ଖରାପ ?
ସକାଳୁ ଆମେ ଖାଲି ପେଟରେ ଉଷୁମ ପାଣି ପିଇବା ଲାଭଦାୟକ । ଉଷୁମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ, ପେଟ ସଫା ଏବଂ ଅନେକ ଲାଭ ମିଳିଥାଏ ।
ତେବେ କିଛି ଲୋକଙ୍କ ପାଇଁ ସକାଳେ ଗରମ ପାଣି ପିଇବା କ୍ଷତିକାରକ ହୋଇଥାଏ । ଯଦି ସେମାନେ ସକାଳେ ଗରମ ପାଣି ପିଅନ୍ତି ତେବେ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
ନ୍ୟୁଟ୍ରନିଷ୍ଟ ଶ୍ରୀଲତାଙ୍କ କହିବା ଅନୁସାରେ ଏପରି ୫ଟି ରୋଗ ଅଛି , ଯେଉଁଥିରେ ସକାଳେ ଗରମ ପାଣି ପିଇବା ଦ୍ବାରା ସମସ୍ୟାକୁ ଆହୁରି ବଢ଼ାଇଥାଏ । ଆସନ୍ତୁ ଜାଣିବା ସମସ୍ୟା ବିଷୟରେ । ଯଦି କୌଣସି ବ୍ୟକ୍ତିର ଏହି ସମସ୍ୟା ଅଛି, ତେବେ ସେ ସକାଳେ ଗରମ ପାଣି ପିଇବା ଉଚିତ ନୁହେଁ ।

ଅଲସର:
ନ୍ୟୁଟ୍ରନିଷ୍ଟ ଶ୍ରୀଲତାଙ୍କ ଅନୁସାରେ ଯଦି ଆପଣଙ୍କର ପେଟରେ ଅଲସର ଅଛି, ତେବେ ସକାଳେ ଖାଲି ପେଟରେ ଗରମ ପାଣି ପିଅନ୍ତୁ ନାହିଁ । ଏହା କ୍ଷତି ପହଞ୍ଚାଇପାରେ । ଗରମ ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡ଼ା ଏବଂ ଯନ୍ତ୍ରଣା ହୋଇପାରେ । ଏହା ପେଟ ଫୁଲିବାର କାରଣ ମଧ୍ୟ ହୋଇପାରେ ।
ଅଲସର ଥିବା ଲୋକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡାକ୍ତରୀ ପରାମର୍ଶ ନାହିଁ ହେଲେ ଗରମ ପାଣି ଏବଂ ମୃଦୁ ପାନୀୟ ନ ପିଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ଅଲସର ଥିବା ଲୋକମାନେ ମସଲାଯୁକ୍ତ ଖାଦ୍ୟ, କ୍ୟାଫିନ୍, ମଦ୍ୟପାନ ଏବଂ ଏସିଡିକ୍ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ ।
ଏସିଡ୍ ରିଫ୍ଲକ୍ସ:
ଅନେକ ଲୋକ ଏସିଡ୍ ରିଫ୍ଲକ୍ସ ସମସ୍ୟାରେ ପୀଡିତ । ଏପରି ପରିସ୍ଥିତିରେ ଏହି ପେଟ ସମସ୍ୟାରେ ମଧ୍ୟ ଗରମ ପାଣି ପିଇବାରୁ ଦୂରେଇ ରୁହନ୍ତୁ । ଏହା ପେଟର ଏସିଡ୍ ଖାଦ୍ୟ ନଳୀରେ ପ୍ରବେଶ କରିପାରେ । ଏହି କାରଣରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇପାରେ ।
ଶରୀରର ତାପମାତ୍ରା ବୃଦ୍ଧି:
ଗରମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ବଢ଼ିପାରେ, କାରଣ ଗରମ ପାଣି ଶରୀରକୁ ଉଷ୍ମ କରିଥାଏ ଏବଂ ଝାଳ ଆଣିପାରେ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହିପରି ଯେଉଁମାନେ ଅତ୍ୟଧିକ ଗରମ ଅନୁଭବ କରନ୍ତି, ସେମାନେ ଗ୍ରୀଷ୍ମ ଋତୁରେ ଗରମ ପାଣି ପିଇବାଠାରୁ ଦୂରେଇ ରହିବା ଉଚିତ । ଏହା ଅଂଶୁଘାତ ଭଳି ଅବସ୍ଥା ସୃଷ୍ଟି କରିପାରେ ।
Disclaimer: (ଏଥିରେ ଦିଆଯାଇଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।












Click it and Unblock the Notifications