Health Tips: ଖାଦ୍ୟାଭ୍ୟାସରେ ସାମିଲ୍ କରନ୍ତୁ ଏହି ଡ୍ରିଙ୍କସ; ଶରୀର ସୁସ୍ଥ ରହିବା ସହିତ କିଡନୀରେ...
କିଡନୀ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଭ୍ୟନ୍ତରିଣ ଅଙ୍ଗ । ଏହା ଆମ ଶରୀରର ଅନେକ କାମକୁ ପୁରା କରିଥାଏ । ସେଥିପାଇଁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରି। ଆମେ ଯଦି କିଡନୀର ଯତ୍ନ ନନେବା ତାହେଲେ ଏହା ଦୁର୍ବଳ ହେବା ସହିତ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ କିଡନୀକୁ ସୁସ୍ଥ ରଖିବା ପାଇଁ ନିୟମିତ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ। ଅଧିକମାତ୍ରାରେ ପାଣି ପିଇଲେ କିଡନୀରେ ସମସ୍ୟା ସୃଷ୍ଟି ହେବାର କମ୍ ସମ୍ଭାବନା ରହିଥାଏ। କେବଳ ସେତିକି ନୁହେଁ ଏହାକୁ ସୁସ୍ଥ ରଖିବାକୁ ହେଲେ ଡିଟକ୍ସ କରିବା ମଧ୍ୟ ନିହାତି ଦରକାର। ସେଥିପାଇଁ ଆପଣ ଖାଦ୍ୟାଭ୍ୟାସରେ କିଛି ଡ୍ରିଙ୍କସ୍ (ପାନୀୟ) ସାମିଲ୍ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଆପଣ କିପରି ଭାବେ କିଡନୀକୁ ଡିଟକ୍ସ କରିବପାରିବେ।
ଶେଓ ଭିନେଗାର୍:
ଶେଓରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ସାଇଟ୍ରିକ୍ ଏସିଡ କିଡ୍ନୀରେ ପଥୁରି ରୋଗକୁ ଭଲ କରିବା ସହିତ ଟକ୍ସିନ ମଧ୍ୟ ଦୂର କରିଥାଏ। ଆପଣ ଏହାକୁନେଇ ଏକ ଡିଟକ୍ସ ଡ୍ରିଙ୍କ (ପାନୀୟ) ତିଆରି କରିପାରିବେ। ଆପଣ ପ୍ରତିଦିନ ହାଲକା ଉଷୁମ ପାଣିରେ ୧ ଚାମଚ ଶେଓ ଭିନେଗାକୁ ମିଶାନ୍ତୁ। ଏହି ପାନୀୟକୁ ନିୟମିତ ପିଇଲେ ଆପଣଙ୍କ କିଡନୀ ଡିଟକ୍ସ ହୋଇଥାଏ।
ଡାଳିମ୍ୱ ରସ:
ଡାଳିମ୍ୱ ରସରେ ଅଧିକ ପରିମାଣରେ ପୋଟାସିୟମ ଥାଏ। ସେଥିପାଇଁ ଏହା କିଡନୀରେ ପଥୁରି ରୋଗ ଦୂର କରିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ, ଏହା କିଡନୀରେ ପଥୁରି ରୋଗ ହେବାକୁ ରୋକିଥାଏ। ତେଣୁ ପଥୁରି ରୋଗରୁ ମୁକ୍ତି ପାଇବା ଓ କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣ ପ୍ରତିଦିନ ତାଜା ଡାଳିମ୍ୱ ରସ ମଧ୍ୟ ପିଇ ପାରିବେ।

ବିଟ୍ ରସ:
ବିଟ ରସରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଯାହାକି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଥାଏ। ଏହାକୁ ସବୁଦିନ ପିଇଲେ କିଡନୀ ଡିଟକ୍ସ ହେବା ସହିତ ପଥୁରି ରୋଗ ହେବାର ଆଶଙ୍କା କମିଯାଏ ।












Click it and Unblock the Notifications