Health Tips: ମଣିଷ ଶରୀରରେ ପାଣି କେତେ ଉପକାରୀ ? ଚାଲନ୍ତୁ ଜାଣିବା

ପାଣି ଶରୀରକୁ ସୁସ୍ଥ ରଖେ । ସୁସ୍ଥ ରହିବା ପାଇଁ ଖାଦ୍ୟ ଯେଭଳି ଆବଶ୍ୟକ ପାଣି ବି ସେତିକି ଜରୁରୀ।। ଆବଶ୍ୟକ ଅନୁସାରେ ପାଣି ନ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖା ଦେଇଥାଏ। ସେଥିପାଇଁ ତ ଜଳର ଅନ୍ୟନାମ ଜୀବନ। ଏହା ଶରୀରର ପ୍ରତ୍ୟେକ କ୍ରିୟାକୁ ନିୟନ୍ତ୍ରିତ କରିବା ସହ ରୋଗରୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ।

କାର୍ଯ୍ୟବ୍ୟସ୍ତତା ଏବଂ ଶାରୀରିକ ପରିଶ୍ରମ କାରଣରୁ ଅନେକ ଲୋକ ପାଣି ପିଇବା ମାତ୍ରା କମ୍ କରିଦିଅନ୍ତି। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ପ୍ରତିଦିନ ଶରୀରରୁ ଝାଳ, ପରିସ୍ରା ଆଦି ଆକାରରେ ବିଶେଷ କରି ଖରାଦିନେ ବହୁ ମାତ୍ରାରେ ଜଳ କ୍ଷୟ ହୋଇଥାଏ। ତେଣୁ ଶରୀରରେ ଜଳ ପରିମାଣ ଠିକ୍ ରଖିବା ଲାଗି ପ୍ରତିଦିନ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଆବଶ୍ୟକ। ଶରୀର ତାପମାତ୍ରା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ପାଣି।

Health Tips

ଏହାବ୍ୟତୀତ ଶରୀରର ପ୍ରତ୍ୟେକ କ୍ରିୟା ଲାଗି ଜଳର ଆବଶ୍ୟକତା ରହିଛି।ଶରୀରର ପୋଷକ ତତ୍ତ୍ୱ ଗୁଡିକୁ ବିଭିନ୍ନ ଅଙ୍ଗକୁ ପରିବହନ କରିବା ଏବଂ ରକ୍ତ ସଞ୍ଚାଳନ ହେବାରେ ସାହାଯ୍ୟ କରିଥାଏ ଓ ଲାଳ ମଧ୍ୟ ତିଆରି କରିଥାଏ। ଖାଦ୍ୟ ହଜମ କରିବା ଲାଗି ଅଧିକ ପରିମାଣରେ ପାଣି ପିଇବା ଦରକାର। ଏହା ଅଜୀର୍ଣ୍ଣ, ଗ୍ୟାସ ଭଳି ସମସ୍ୟା ଦୂର କରିଥାଏ। ପ୍ରତିଦିନ ପ୍ରଚୁର ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଅଧିକ ପରିମାଣରେ ଥିବା କ୍ୟାଲୋରୀ ନଷ୍ଟ ହୋଇଥାଏ। ଫଳରେ ମେଦ ବହୁଳତା ଭଳି ସମସ୍ୟା ଦେଖାଯାଏ ନାହିଁ। ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା କିଡନୀକୁ (ବୃକକ୍) ରକ୍ତରେ ଥିବା ୟୁରିଆ ନାଇଟ୍ରୋଜେନ୍ ଭଳି ବିଷାକ୍ତ ପଦାର୍ଥ ସଫା କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଏହା କିଡନୀରେ ପଥର ଜମା ହେବା, ପରିସ୍ରା ପୋଡା, କୋଷ୍ଠକାଠିନ୍ୟ, ସମସ୍ୟା ଠାରୁ ଦୂରେଇ ରଖେ। ଶରୀରରୁ ଜଳୀୟ ଅଂଶ କମିବା ଦ୍ୱାରା ଏହାର କୁ ପ୍ରଭାବ ଚର୍ମ ଉପରେ ମଧ୍ୟ ପଡିଥାଏ। ଫଳରେ ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଇଥାଏ। କେବଳ ଏତିକି ନୁହେଁ ଅନ୍ୟ ଚର୍ମ ରୋଗ ମଧ୍ୟ ହେବାର ଆଶଙ୍କା ରହିଛି।

ପାଣି ଶରୀରର କୋଷିକା ଗୁଡିକର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ମାଂସପେଶୀ ଗୁଡିକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଥାଏ। ଅଧିକ ପାଣି ପିଇବା ଅଭ୍ୟାସ ଥିବା ଲୋକଙ୍କୁ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ। ଗ୍ୟାସ,ପିତ୍ତକୋଷ, କ୍ୟାନ୍ସର, ଆଣ୍ଠୁ, ଗଣ୍ଠିବାତ,ପିଠି ଯନ୍ତ୍ରଣା ଆଦି ହେବାର ଆଶଙ୍କା ବହୁତ କମ୍ ଥାଏ। ମସ୍ତିଷ୍କର କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଥାଏ। ତେଣୁ ମସ୍ତିଷ୍କରେ ଜଳ ପରିମାଣ କମିବା ଦ୍ୱାରା ଏହାର କୁ ପ୍ରଭାବ ଅଙ୍ଗ ଗୁଡିକରେ ପକାଇଥାଏ। ତା'ଛଡା ମୁଣ୍ଡ ବିନ୍ଧା, ଚିଡିଚିଡା ଲାଗିବା ଏବଂ ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖା ଦେଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+