Health Tips: ପାଣି ଆମ ଶରୀର ପାଇଁ କେତେ ଉପକାରୀ ?
ପାଣି ହେଉଛି ଏକ ଜିନିଷ ଯାହା ଦ୍ଵାରା ଆପଣ ଘର ବସି ବସି ବହୁତ୍ ପ୍ରକାରର ରୋଗକୁ କିଛି ସମୟ ମଧ୍ୟରେ ଦୂରକରିପାରିବେ କିନ୍ତୁ ପାଣି କେତେବେଳେ ପିଇବା ଉଚିତ୍ ଏବଂ କେତେ ପରିମାଣରେ ପିଇବା ଉଚିତ୍ ଏହା ଜାଣିବା ଜରୁରୀ ଅଟେ। ତ ପ୍ରଥମ କଥା ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଆପଣଙ୍କୁ ଗରମ ପାଣି ପିଇବାକୁ ହେବ। ସେହି ଗରମ ପାଣିକୁ ଚା ପରି ଟିକେ ଟିକେ ଗରମ ଥିବା ଅବସ୍ଥାରେ ସେବନ କରନ୍ତୁ। ସକାଳୁ ଉଠିବା ବେଳକୁ ଆମ ଶରୀର ସମ୍ପୂର୍ଣ୍ଣ ଭାବରେ ନିଷ୍କ୍ରିୟ ହୋଇଯାଇଥାଏ ଯାହାକୁ ଆମେ ସକ୍ରିୟ କରିବା ପାଇଁ ଚା ତଥା କଫିର ସେବନ କରିଥାଉ ଯାହାକି ଆମ ଶରୀରକୁ କେବଳ କିଛି ସମୟ ପାଇଁ ସକ୍ରିୟ କରିଥାଏ କିନ୍ତୁ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ କାହିଁକି ନା ଏହା ଆମ ଶରୀର ରେ ଅମ୍ଳ ର ମାତ୍ରାକୁ ବଢାଇ ଦେଇଥାଏ ,ଏବଂ ଆପଣଙ୍କ ଖାଦ୍ୟକୁ ଠିକ୍ ଭାବରେ ହଜମ ହୁଏ ନାହିଁ ସେଥିପାଇଁ ସକାଳୁ ଉଠି ଖାଲି ପେଟରେ ଚା କିମ୍ବା କଫିର ସେବନ ନ କରି ତାହା ପରିବର୍ତ୍ତେ ଗରମ ପାଣିର ସେବନ କରନ୍ତୁ ,ଯାହା ଦ୍ଵାରା ଆପଣଙ୍କ ଶରୀର ରେ ଥିବା ସମସ୍ତ ପ୍ରକାରର ଅଳିଆ ଆବର୍ଜ୍ଜନା ଆପଣଙ୍କ ଶରୀର ରୁ ୟୁରିଁନ ଆକାରରେ ବାହାରି ଯାଇଥାଏ ।













Click it and Unblock the Notifications