ସହଜ ଉପାୟରେ ଓଜନ କେମିତି କମାଇବେ?
ଆଜିକାଲି ଯାହାକୁ ଦେଖ ଓଜନ କମାଇବା ପାଇଁ ୱେଟ୍ ଲୁଜ୍ ଟାବ୍ଲେଟ ଓ ସପ୍ଲିମେଂଟ (ବିଭିନ୍ନ କମ୍ପାନିର ଡାଏଟ୍ ପାଉଡର୍ ବା ସେକ୍) ଖାଉଛନ୍ତି। ଖାଦ୍ୟ ନ ଖାଇ ଗୋଟିଏ ବଟିକା ତଥା ଗୁଣ୍ଡ କ୍ଷୀରରେ ଗୋଳାଇ ପିଇଲେ ଶରୀରର ଓଜନ କମିଯିବ ତାହା ଭାବିବାଟା ଭୁଲ୍। ଏହା କେତେ ଦୂର ଶରୀର ପାଇଁ ସୁରକ୍ଷିତ! ଅତ୍ୟଧିକ ପରିମାଣରେ ଏହି ସପ୍ଲିମେଂଟ ତଥା ୱେଟ୍ ଲୁଜ୍ ବଟିକା ଖାଇବା କ୍ଷତିକାରକ ତାହା ବି ଜାଣି ରଖନ୍ତୁ। ତେଣୁ ସ୍ୱାଭାବିକ ପ୍ରଣାଳୀରେ ଓଜନ କମାନ୍ତୁ।
ନିଜର ଖାଦ୍ୟାଭ୍ୟାସକୁ ପରିବର୍ତନ କରନ୍ତୁ। ଡାଏଟକୁ ନ ବଦଳିଲେ ଓଜନ କମିବା ଅସମ୍ଭବ। ଶରୀରର କ୍ୟାଲୋରୀ ବା ଫ୍ୟାଟ୍ ଘଟାଇଲେ ହିଁ ଓଜନ ଆପେ ଆପେ କମିବ।

ଖାଦ୍ୟାଭ୍ୟାସ ବଦଳିବା ସହିତ ଦୈନିକ କିଛି ଶାରୀରିକ ବ୍ୟୟାମ କରିବା ବି ଜରୁରୀ।
ଗ୍ରୀନ୍ ଟି ବା ଯେକୌଣସି ସେକ୍ ତଥା ବଟିକା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରିପାରେ ନାହିଁ।
ଖାଦ୍ୟ ବଦଳରେ ସେକ୍ ବା ଗ୍ରୀନ୍ ଟି ଶରୀରକୁ ଫାଇବର୍, ପ୍ରୋଟିନ୍, ଫ୍ୟାଟ୍ ଭଳି ଆବଶ୍ୟକୀୟ ପୁଷ୍ଟିକର ଉପାଦାନ ପ୍ରଦାନ କରିପାରେ ନାହିଁ। ଏହାଦ୍ୱାରା ଶରୀର ଦୁର୍ବଳ ଅନୁଭବ କରେ। ତେଣୁ ନିଜର ଖାଦ୍ୟ ତାଲିକାରେ ଟିକିଏ ପରିବର୍ତନ ଆଣନ୍ତୁ। ସଂପୂର୍ଣ୍ଣ ଭାବେ ଖାଇବା ଛାଡନ୍ତୁ ନାହିଁ।












Click it and Unblock the Notifications