Health Tips: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି କେତେ ସମୟ ଶୋଇବା ଉଚିତ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହେଲ୍‌ଦି ଖାଦ୍ୟପେୟ ସହ ଭଲ ନିଦ ମଧ୍ୟ ବହୁତ ଜରୁରୀ ହୋଇଥାଏ । ମଣିଷର ଅନେକ ରୋଗର ଚିକିତ୍ସା ପାଇଁ ନିଦକୁ ହିଁ ସବୁଠାରୁ ଭଲ ମହୋଷୌଧି ଭାବେ ଗଣାଯାଇଥାଏ । କମ୍ ନିଦ ପାଇଁ ସ୍ବାସ୍ଥ୍ୟ ଖରାପ ହେବା କଥା ସାଧାରଣତଃ ଆମେ ଜାଣିଥାଉ । କିନ୍ତୁ ମେଡିକାଲ ଜର୍ନାଲ ନ୍ୟୁରୋଲୋଜି ଗବେଷଣାରୁ ଜଣାପଡିଛି ଯେ, ଅଧିକ ଶୋଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ନିଦ ଆମ ସୁସ୍ଥ ଶରୀର ପାଇଁ ଯେତିକି ଜରୁରୀ ଅଧିକ ଶୋଇବା ମଧ୍ୟ ସେତିକି ଖରାପ ହୋଇଥାଏ ।

How much time should a person sleep for good health

ଏହି ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ସମୟ ନାହିଁ । ଯାହା ଫଳରେ ସେମାନେ ପ୍ରକୃତିଠାରୁ ଦୂରେଇ ଯାଇଥାନ୍ତି । ସେଥିପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅଧିକ ଖରାପ ହେଉଛି । ଖରାପ ସ୍ୱାସ୍ଥ୍ୟର ପ୍ରଥମ ସଙ୍କେତ ହେଉଛି ନିଦ ଭାଙ୍ଗିବା । ଅଧିକ ନିଦ କିମ୍ବା କମ୍ ନିଦରେ ଶୋଇବା ପ୍ରତି ସାବଧାନ ରୁହନ୍ତୁ । ଯଦିଓ ପର୍ଯ୍ୟାପ୍ତ ନିଦ ଜରୁରୀ ତେବେ ବି ୯ ଘଣ୍ଟାରୁ ଅଧିକ ଶୋଇବା ଦ୍ବାରା ମୃତ୍ୟୁର ଆଶଙ୍କାକୁ ବଢାଇ ଦେଇଥାଏ । ୭ ଘଣ୍ଟାରୁ କମ୍ ଯଦି ଶୋଉଛନ୍ତି ତେବେ ମଧ୍ୟ ସତର୍କ ରୁହନ୍ତୁ । ଯାହା ଆପଣଙ୍କ ବିପି, ସୁଗାର, ଥାଇରଏଡ୍ ଏବଂ କୋଲେଷ୍ଟ୍ରଲ୍‌କୁ ଅସନ୍ତୁଳିତ କରିଦେଇଥାଏ । ନିଦ୍ରହୀନତା ଯୋଗୁଁ କ୍ୟାନସର ଭଳି ସମସ୍ୟା ଦେଖା ଦେଇଥାଏ । ମଣିଷ ଡିପ୍ରେସନ ଆଡ଼କୁ ଚାଲିଯାଏ । ଏହା ଛଡ଼ା କମ୍ ଶୋଇବା ଦ୍ବାରା ଚିଡଚିଡା, ଦୁର୍ବଳ ମଧ୍ୟ ଅନୁଭବ ହୋଇଥାଏ । କମ୍ ଶୋଇବା ଯୋଗୁଁ ଅନେକ ସମସ୍ୟା ବୃଦ୍ଧି ପାଏ । ଯେପରିକି ନିଷ୍ପତ୍ତି ନେବାରେ ଅସୁବିଧା, ଶିଖିବା କ୍ଷମତା ହ୍ରାସ, ଚାପ ବୃଦ୍ଧି ପାଇଥାଏ । ନିଦ୍ରା ଅଭାବ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ ।

୯ ଘଣ୍ଟାରୁ ଅଧିକ ସମୟ ଶୋଇବା ଆହୁରି ବିପଦପୂର୍ଣ୍ଣ । ଏଥିରେ ମୃତ୍ୟୁର ଆଶଙ୍କା ୩୪ ପ୍ରତିଶତ ଅଧିକ । ଏହାର ଅର୍ଥ ହେଉଛି ଯେ କୌଣସି ଜିନିଷର ଅତ୍ୟଧିକ ପରିମାଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆପଣଙ୍କ ନିଦ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଏ । ସେହିପରି ରାତିରେ ୯ ଘଣ୍ଟା କିମ୍ବା ଏହାଠାରୁ ଅଧିକ ସମୟ ଶୁଅନ୍ତି, ସେମାନଙ୍କଠାରେ ହାର୍ଟ ଷ୍ଟ୍ରୋକ୍‌ ଏବଂ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ଅଧିକ ରହିଥାଏ । ଅଧିକ ଶୋଇବା ଦ୍ବାରା ରକ୍ତ ସଞ୍ଚାଳନରେ ବାଧାପ୍ରାପ୍ତ ହୋଇଥାଏ ।

୭ ଘଣ୍ଟାରୁ କମ୍ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଯେତିକି ବିଗିଡିଥାଏ । ସେହିପରି ୯ଘଣ୍ଟାରୁ ଅଧିକ ଶୋଇଲେ ମଧ୍ୟ ଅଧିକ ବିପଦଜନକ ହୋଇଥାଏ । ହଁ ଆଜ୍ଞା ଶୋଇବା ଉଚିତ୍ କିନ୍ତୁ ଅତ୍ୟଧିକ ମାତ୍ରାରେ ଶୋଇବାଠାରୁ ଦୂରରେ ରୁହନ୍ତୁ । କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା । ତେଣିକି ସେ ଖାଇବା ହେଉ ଅବା ଶୋଇବା । ପ୍ରତ୍ୟେକ ଜିନିଷରେ ଗୋଟିଏ ଉପଯୁକ୍ତ ପରିମାଣର ହେବା ଉଚିତ୍ । ତେଣୁ ରାତିରେ ଠିକ୍ ସମୟରେ ଶୋଇବା ଏବଂ ସକାଳେ ଠିକ୍ ସମୟରେ ଉଠିବା ଅଭ୍ୟାସ କରନ୍ତୁ। ପ୍ରତିଦିନ ଯୋଗ ଏବଂ ପ୍ରାଣାୟମ ଭଳି ବ୍ୟାୟାମ କରନ୍ତୁ। ଏହା ତୁମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+