Health Tips: ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
Weight Age Chart: ଶରୀରର ସୁସ୍ଥତା ମାପକାଠି ତ ଅନେକ । ତଥାପି ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଯାହା ଫଳରେ କି ଶରୀର ସୁସ୍ଥ ରହିପାରିବେ ।
ଅନେକ ଅଛନ୍ତି ଯେଉଁମାନେ ଶରୀର ପ୍ରତି ହେୟ ଜ୍ଞାନ କରିଦିଅନ୍ତି । ଆଉ ସବୁଠୁ ବଡ କଥା ହେଉଛି ଏଥିପାଇଁ ଓଜନ ମଧ୍ୟ ବଢିଥାଏ । ଖାଦ୍ୟପେୟରେ ଅନିୟମିତତା ତଥା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବୟସ ଅନୁସାରେ ଓଜନ ଭିନ୍ନ ରହିଥାଏ । ଯେଉଁଥି ପାଇଁ କି ବିଭିନ୍ନ ପ୍ରକାରର ରୋଗ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

ତେବେ ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ?
ଜାଣନ୍ତୁ ବୟସ ଅନୁସାରେ କେତେ ଓଜନ ରହିବା ଉଚିତ ।ବିଶେଷଜ୍ଞଙ୍କ ମତରେ ୧ ରୁ ୨ ବର୍ଷର ଶିଶୁଙ୍କ ଓଜନ ୯.୫ ରୁ ୧୨ କେଜି ମଧ୍ୟରେ ରହିବା ଉଚିତ । ସେହିଭଳି ୨ ରୁ ୪ ବର୍ଷ ବୟସର ଶିଶୁଙ୍କ ଓଜନ ୧୨ କେଜି ରୁ ୧୫ କେଜି ମଧ୍ୟରେ ରହିବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ ।୪ ରୁ ୬ ବର୍ଷ ଶିଶୁଙ୍କ ଓଜନ ସର୍ବନିମ୍ନ ୧୫.୪ ଓ ସର୍ବାଧିକ ୨୦ କେଜି ମଧ୍ୟରେ ରହିବା ଜରୁରୀ । ନଚେତ୍ ସମସ୍ୟା ଦେଖାଦେବ। ସେହିଭଳି ୮ ରୁ ୧୦ ବର୍ଷ ବୟସର ପିଲାଙ୍କ ଓଜନ ୨୫.୫ କେଜି ରୁ ୩୧.୯ କେଜି ରହିବା ଆବଶ୍ୟକ ।୧୦ ରୁ ୧୨ ବର୍ଷ ବୟସର ପିଲାଙ୍କ ଓଜନ ୩୨ କେଜି ରୁ ୪୧.୫ କେଜି ମଧ୍ୟରେ ରହିବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ବିଶେଷଜ୍ଞମାନେ କହିଥାନ୍ତି ।ବିଶେଷଜ୍ଞଙ୍କ ମତରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କ ଓଜନ ୪୨ କେଜିରୁ ୪୭.୬ କେଜି ମଧ୍ୟରେ ରହିବା ଆବଶ୍ୟକ ।ସେହିଭଳି ୧୪ ରୁ ୧୬ ବର୍ଷର ପିଲାଙ୍କ ଓଜନ ୪୫ କିଲୋଗ୍ରାମରୁ ୫୩ କିଲୋଗ୍ରାମ ମଧ୍ୟ ରହିବା ଭଲ ।୧୬ ରୁ ୧୮ ବର୍ଷ ବୟସ ପିଲାଙ୍କ ଓଜନ ୫୩ କେଜିରୁ ୫୬.୭ କେଜି ଓ ୧୮ ରୁ ୨୦ ବର୍ଷ ବୟସ୍କଙ୍କ ଓଜନ ୫୬ କେଜିରୁ ୫୮ କେଜି ମଧ୍ୟରେ ରହିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି ।












Click it and Unblock the Notifications