Health Tips: ଚିଆ ସିଡ୍ସ ଓ ଲେମ୍ବୁ ଶରୀର ପାଇଁ କେତେ ପ୍ରକାରର ?
ଚିଆ ସିଡ୍ସ ଓ ଲେମ୍ବୁ ରସ ଶରୀର ପାଇଁ ଖୁବ୍ ଉପକାରୀ । ଓଜନ ହ୍ରାସ କ୍ଷେତ୍ରରେ ଉଭୟଙ୍କ ଅବଦାନ ଅତୁଳନୀୟ । ଚିଆ ସିଡ୍ସ ଏବଂ ଲେମ୍ବୁ ମିଶ୍ରଣ ଶରୀର ପାଇଁ ଏକ ସୁପରଫୁଡ୍ ଭାବରେ କାର୍ଯ୍ୟ କରେ । ଏହି ଦୁଇଟି ସାମଗ୍ରୀକୁ ଏକାଠି ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୋଇଯାଏ। ଓଜନ ହ୍ରାସ ସହ ଆଉ କି କି ଫାଇଦା ମିଳେ, ଜାଣନ୍ତୁ.
ଚିଆ ସିଡ୍ସ ଏବଂ ଲେମ୍ବୁ ପାଣି ପିଇବାର ଫାଇଦା
କୋଲେଷ୍ଟ୍ରଲ ହ୍ରାସ କରେ- ଚିଆ ସିଡ୍ସରୁ ଓମେଗା-୩ ଫ୍ୟାଟି ଏସିଡ୍ ମିଳିଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଚିଆ ସିଡ୍ସ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ ପାଇଥାଏ ଏବଂ ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧିରେ ସାହାଯ୍ୟ ହୋଇଥାଏ । ଏହା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ।
ଏହା ବ୍ୟାତୀତ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସିରେ ଭରପୂର ଲେମ୍ବୁ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ। ରକ୍ତଚାପ ଉନ୍ନତ ହୁଏ ଏବଂ ହୃଦୟର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

ହଜମ ପ୍ରକ୍ରିୟାରେ ଉନ୍ନତି
ଲେମ୍ବୁ ସହିତ ଚିଆ ସିଡ୍ସ ପାଣି ପିଇବାର ଆଉ ଏକ ଉପକାର ହେଉଛି ହଜମ ପ୍ରକ୍ରିୟାରେ ଉନ୍ନତି । ଚିଆ ସିଡ୍ସ ପାଣି ପିଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପୂରା ପୂରା ଲାଗିଥାଏ, ବିଶେଷ ଭୋକ ହୋଇନଥାଏ । ଫଳରେ ଅତ୍ୟଧିକ ଖାଦ୍ୟ ଖାଇବାକୁ ପଡ଼ିନଥାଏ । ଚିଆ ସିଡ୍ସ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ପେଟକୁ ସଫା ରଖିଥାଏ। କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଲେମ୍ବୁ ରସ ଶରୀରରେ ପିତ୍ତ ଉତ୍ପାଦନକୁ ମଧ୍ୟ ବଢାଇଥାଏ, ଯାହା ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଚିଆ ଏବଂ ଲେମ୍ବୁକୁ ମିଶାଇ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ।
ଓଜନ ହ୍ରାସ- ଓଜନ ହ୍ରାସ ପାଇଁ ଚିଆ ସିଡ୍ସ ଏବଂ ଲେମ୍ବୁ ଖୁବ୍ ଉପକାରୀ। ଲେମ୍ବୁ କ୍ୟାଲୋରୀ ବୃଦ୍ଧି କରିବାକୁ ଦେଉ ନ ଥିବାବେଳେ ଚିଆ ସିଡ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖିଥାଏ । ଫଳରେ ଅତ୍ୟଧିକ ଖାଦ୍ୟ ଖାଇବାକୁ ପଡ଼ିନଥାଏ । ଅଧିକ ଖାଦ୍ୟ ନ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇନଥାଏ ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ସ୍ପଷ୍ଟ ସୂଚନା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।












Click it and Unblock the Notifications