Health Tips: ଦିନକୁ କେତେ ଥର କେଉଁ ସମୟରେ ପାଣି ପିଇବେ ? ଆପଣ ଠିକ୍ ସମୟରେ ପାଣି ପିଉଛନ୍ତି ତ?

ସୁସ୍ଥ ଶରୀର ପାଇଁ ପାଣିର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ। ହେଲେ ସଠିକ୍‌ ସମୟରେ ସଠିକ୍‌ ମାତ୍ରାରେ ପାଣି ପିଇଲେ ଏହା ଲାଭଦାୟକ।

ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ। ପାଣି ବିନା ଜୀବନ ଅସମ୍ଭବ। ପାଣି ଆମ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ୱ ଯୋଗାଇଥାଏ। କିନ୍ତୁ ଅଧିକ ପାଣି ପିଇବା ଫଳରେ ଶରୀରରେ ଓ୍ଵାଟର ଇନଟକ୍ସିକେସନ ଦେଖାଯାଇଥାଏ। ସଠିକ୍‌ ମାତ୍ରାରେ ସଠିକ୍‌ ସମୟରେ ପାଣି ପିଇଲେ ଏହା ଆମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ। କେତେବେଳେ ପାଣି ପିଇବେ ଜାଣି ରଖନ୍ତୁ।

Health Tips

ସକାଳୁ ଉଠିବା ପରେ

ସକାଳୁ ଉଠିବା ପରେ ଗୋଟିଏ ଗ୍ଳାସ ପାଣି ପିଅନ୍ତୁ। ଯଦ୍ୱାରା ଆପଣଙ୍କର ଆଭ୍ୟନ୍ତରୀଣ ଅଙ୍ଗ ସକ୍ରିୟ ହୋଇଥାଏ। ଦିନର ପ୍ରଥମ ଭୋଜନ ପୂର୍ବରୁ ପାଣି ପିଇବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।

ଖାଇବା ପୂର୍ବରୁ

ହଜମ କରିବାରେ ସାହାଯ୍ୟ କରିବା ପାଇଁ ଖାଦ୍ୟର ୩୦ ମିନିଟ ପୂର୍ବରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ। ମନେରଖନ୍ତୁ ଭୋଜନର ଠିକ୍‌ ପୂର୍ବରୁ କିମ୍ବା ଠିକ୍‌ ପରେ ଅଧିକ ପାଣି ପିଅନ୍ତୁ ନାହିଁ। ଅଧିକ ପାଣି ପିଇବା ଫଳରେ ଖାଦ୍ୟ ସଠିକ ଭାବେ ଖାଇ ହୋଇନଥାଏ। ଅନ୍ୟ ପକ୍ଷେ ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ ଓ ପାଚକ ରସର ତାପମାତ୍ରା କମି ଯାଏ। ତେଣୁ ଶରୀରକୁ ଆବଶ୍ୟକୀୟ ଭିଟାମିନ ଯୋଗାଇବା ପାଇଁ ଏବଂ ସଠିକ ହଜମ ପାଇଁ ଖାଦ୍ୟ ଖାଇବାର ୩୦ ମିନିଟ୍‌ ବା ଘଣ୍ଟେ ପରେ ପାଣି ପିଅନ୍ତୁ।

ଗାଧୋଇବା ପୂର୍ବରୁ

ସ୍ନାନ କରିବା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ। ଯାହା ଫଳରେ ଆପଣଙ୍କ ଶରୀରର ରକ୍ତଚାପ ନିୟନ୍ତ୍ରିତ ରହିପାରିବ।

ଶୋଇବା ପୂର୍ବରୁ

ଶୋଇବାର ଏକ ଘଣ୍ଟା ପୂର୍ବରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ। ଏପରି କରିବା ଫଳରେ ଗୋଟିଏ ଦିନରେ ଶରୀର ଆବଶ୍ୟକ କରୁଥିବା ପାଣିର ଅଭାବ ଦୂର ହୋଇଥାଏ।

ସକାଳ ୭.୦୦ - ପ୍ରଥମ ଗ୍ଲାସ

ରାତିର ବିଶ୍ରାମ ପରେ ଅର୍ଥାତ୍‌ ସକାଳୁ ଉଠିବା ପରେ ଶରୀରକୁ ସତେଜ, ଫୁର୍ତ୍ତି, ହାଇଡ୍ରେଟ୍‌ ଓ ସଠିକ୍‌ ରକ୍ତ ସଞ୍ଚାଳନ କରିବା ପାଇଁ ନିଦରୁ ଉଠିବା ପରେ ପ୍ରଥମ ଗ୍ଲାସ ପାଣି ପିଅନ୍ତୁ।

ସକାଳ ୯.୦୦- ଦ୍ୱିତୀୟ ଗ୍ଲାସ

ଜଳିଖିଆ ଖାଇବାର ପ୍ରାୟ ୧ ଘଣ୍ଟା ପରେ ଏକ ଗ୍ଲାସ ପାଣି ପିଅନ୍ତୁ ଏବଂ ଆପଣଙ୍କର ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ।

ସକାଳ ୧୧.୦୦- ତୃତୀୟ ଗ୍ଲାସ

ଭୋଜନର ୩୦ ମିନିଟ ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ। ଫଳରେ ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ।

ମଧ୍ୟାହ୍ନ ୧.୩୦- ଚତୁର୍ଥ ଗ୍ଲାସ

ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପରେ ଏକ ଗ୍ଲାସ ପାଣି ପିଅନ୍ତୁ। ଯାହା ଫଳରେ ଖାଦ୍ୟରୁ ପୋଷକ ତତ୍ତ୍ୱ ଆପଣଙ୍କ ଶରୀର ଦ୍ୱାରା ଭଲ ଭାବରେ ଶୋଷିତ ହୋଇପାରିବ।

ଅପରାହ୍ନ ୩.୦୦- ପଞ୍ଚମ ଗ୍ଲାସ

ଏହି ସମୟରେ ଆପଣଙ୍କ ମସ୍ତିଷ୍କକୁ ସତେଜ କରିବା ପାଇଁ ଏକ ଅଳ୍ପ ମିଠା ଥିବା ବା ବିନା ମିଠାଯୁକ୍ତ ପାନୀୟ ସେବନ କରନ୍ତୁ।

ଅପରାହ୍ନ ୫.୦୦- ଷଷ୍ଠ ଗ୍ଲାସ

ଶରୀରକୁ ଆବଶ୍ୟକ ହେଉଥିବା ତରଳ ପଦାର୍ଥ ପାଇଁ ଏହି ଗ୍ଲାସ ପାଣି ଆପଣଙ୍କୁ ପିଇବାକୁ ହୋଇଥାଏ ଏବଂ ଅତ୍ୟଧିକ ସନ୍ଧ୍ୟା ଭୋଜନକୁ ରୋକିଥାଏ।

ସନ୍ଧ୍ୟା ୮.୦୦- ସପ୍ତମ ଗ୍ଲାସ

ରାତ୍ରୀ ଭୋଜନର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଳାସ ପାଣି ପିଅନ୍ତୁ। ଏପରି କରିବା ଫଳରେ ଆପଣ ସନ୍ଧ୍ୟା ସମୟରେ ଖାଇଥିବା ଖାଦ୍ୟ ସଠିକ ଭାବେ ହଜମ ହୋଇ ରାତ୍ରି ଭୋଜନ ନିମନ୍ତେ ଆପଣଙ୍କୁ ଆଗ୍ରହୀ କରାଇଥାଏ।

ରାତି ୧୦.୦୦ - ଅଷ୍ଟମ ଗ୍ଲାସ

ଖାଇସାରିବା ପରେ ଏବଂ ଶୋଇବା ସମୟରେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହା ଦ୍ୱାରା ପାଣି ଶରୀରରେ କୋଷର ନବୀକରଣ ପ୍ରକିୟାରେ ସାହାଯ୍ୟ କରିଥାଏ। ତେଣୁ ଶୋଇବାର ଏକ ଘଣ୍ଟା ପୂର୍ବରୁ ଶେଷ ଗ୍ଲାସ ପାଣି ପିଅନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+