Health Tips: ଦିନକୁ କେତୋଟି ପାରସିଟାମଲ୍ ଖାଇବା ଉଚିତ୍ ?

ଅଧିକାଂଶ ଲୋକଙ୍କ ପାଇଁ ପାରାସିଟାମଲ୍ ଏକ ପ୍ରମୁଖ ଔଷଧ । ପ୍ରତ୍ୟେକ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରି ପାରାସିଟାମଲର ଏକ ଷ୍ଟ୍ରିପ୍ ନିଶ୍ଚିତ ରୂପେ ଥିବ। କାରଣ ଜ୍ୱର-ଥଣ୍ଡାଠୁ ନେଇ ବିନ୍ଧା-ଛିଟିକା ପର୍ଯ୍ୟନ୍ତ ସବୁରୁ ଆରାମ ଦେଇପାରେ ପାରାସିଟାମଲ।

ବର୍ତ୍ତମାନ ଆରାମଦାୟକ ଏହି ଔଷଧର ଓଭରଡୋଜ୍ ଉପରେ ଚିନ୍ତା ପ୍ରକଟ ପାଇଛି । ଅଧିକାଂଶ ଲୋକେ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପାରାସିଟାମଲ୍ ଖାଇବାକୁ ଏକ ଅଭ୍ୟାସରେ ପରିଣତ କରି ଦେଲେଣି, ଯାହା ଏକ ସତର୍କ ଘଣ୍ଟି ପରି । କାରଣ ପାରସିଟାମଲ୍ ଏକ ନିରାପଦ ଔଷଧ ହୋଇଥିଲେ ମଧ୍ୟ ମାତ୍ରାଠାରୁ ଅଧିକ ଖାଇବା ଯକୃତ (ଲିଭର୍) ପାଇଁ ହାନିକାରକ ହୋଇପାରେ ।

ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ ଉଦ୍ଦେଶ୍ୟମୂଳକ ଭାବେ ହେଉ ବା ନହେଉ, ପାରାସିଟାମଲ୍ ଓଭରଡୋଜରୁ ଯକୃତ ନଷ୍ଟ ହେଉଛି। ଏହା ଆମେରିକାରେ ଡ୍ରଗ୍ ଦ୍ୱାରା ଲିଭର୍ ପ୍ରଭାବିତ ହେବାର ସବୁଠାରୁ ସାଧାରଣ କାରଣ ହୋଇଗଲାଣି ।

Health Tips

ଫରିଦାବାଦର ଅମୃତା ଡାକ୍ତରଖାନାର ଇଣ୍ଟରନାଲ୍ ମେଡିସିନ ପରାମର୍ଶଦାତା ଡ. ସାକ୍ଷୀ ସିଂହ କହିଛନ୍ତି, ଗ୍ଲୁଟାଥିଅନ୍ ଯକୃତର ଏକ ପ୍ରତିରକ୍ଷା ପଦାର୍ଥ। ଏହା ଯକୃତକୁ ସୁରକ୍ଷିତ ରଖିଥାଏ। ଯଦି ପାରାସିଟାମଲର ଓଭରଡୋଜ୍ ନିଆଯାଏ, ତେବେ ଏହି ପଦାର୍ଥ ନଷ୍ଟ ହୋଇଯାଏ । ଫଳରେ ଯକୃତ ବିଷାକ୍ତତା (ଲିଭର୍ ଟକ୍ସିସିଟି) ହୋଇପାରେ।

ତେଣୁ ଜଣେ ବ୍ୟକ୍ତି କେତେ ପାରାସିଟାମଲ୍ ଖାଇବା ଉଚିତ୍ ତାହା ପ୍ରତ୍ୟେକ ଲୋକ ଜାଣିବା ଉଚିତ୍। ତେବେ ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦିନକୁ 2ରୁ 3ଟି ଟାବଲେଟ୍ ଖାଇବା ଠିକ୍। ଦରକାର ପଡ଼ିଲେ ଏକ ସମୟରେ ଅଧା ଭାଗ ଖାଇଲେ ଚଳିବ।

ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ବୟସ୍କମାନଙ୍କ ପାଇଁ ଦୈନିକ 4 ଗ୍ରାମ (4,000 ମିଗ୍ରା) ପାରାସିଟାମଲ ଖାଇବାକୁ ସୁପାରିଶ କରିଛି। ଯଦି ଅତିରୁ ଅତି ଆବଶ୍ୟକ ପଡେ ତେବେ ଦିନକୁ 7ରୁ 10 ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ।

ସାଧାରଣତଃ ପ୍ରତି 4ରୁ 6 ଘଣ୍ଟାରେ 0.5ରୁ 1 ଗ୍ରାମ (500ରୁ 1000 ମିଗ୍ରା)ର ଡୋଜ୍ ଖାଇବାକୁ ପରାମର୍ଶ ଦିଆଯାଇଛି। ତଥାପି, ଯକୃତର କ୍ଷତି ହେବାର ଆଶଙ୍କା ଏଡ଼ାଇବା ପାଇଁ ଦୈନିକ 4 ଗ୍ରାମରୁ ଅଧିକ ଡୋଜ୍ ହେବା ଉଚିତ୍ ନୁହେଁ।

ଯଦି ପିଲାମାନଙ୍କ କଥା କହିବା, ତେବେ ଏହା ଓଜନ ଉପରେ ନିର୍ଭର କରେ। ଗୋଟିଏ କେଜି ଓଜନ ଥିବା ଜଣେ ପିଲା ଦୈନିକ 150 ମିଗ୍ରା ପାରାସିଟାମଲ୍ ଡୋଜ୍ ଖାଇବାକୁ ପରାମର୍ଶ ଦିଆଯାଇଛି। ଏଥିରୁ ଯେପରି ସାମାନ୍ୟ ଅଧିକ ନ ହୁଏ, ସେଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+