Health Tips: କମ କ୍ୟାଲୋରୀ ଯୁକ୍ତ ପନିପରିବା ଶରୀର ପାଇଁ କେତେ ଉପକାରୀ

ଅଧିକ କ୍ୟାଲୋରୀ ଥିବା ଭୟରେ ଆମେ ଅନେକ ଖାଦ୍ୟ ଖାଇନଥାଉ । ଅତ୍ୟଧିକ କ୍ୟାଲୋରୀ ଥିବା ଖାଦ୍ୟ ଖାଇବା ଫଳରେ ଶରୀରର ଓଜନ ବୃଦ୍ଧି ହୋଇଥାଏ। ତେଣୁ ଯେଉଁ ଖାଇବାରେ କମ କ୍ୟାଲୋରୀ ରହିଛି ସେହି ଭଳି ଖାଦ୍ୟ ଖାଆନ୍ତୁ । କମ କ୍ୟାଲୋରୀ ଯୁକ୍ତ ପନିପରିବା ଖାଇବା ଫଳରେ ଶରୀର ସୁସ୍ଥ ରହିବା ସହ ପୋଷକ ମଧ୍ୟ ମିଳିଥାଏ ।

ଅଧିକାଂଶ ଖାଦ୍ୟପଦାର୍ଥ ୨୫ କିମ୍ବା କମ କ୍ୟାଲୋରୀ ଥାଏ। ତାହାକୁ କ୍ୟାଲୋରୀ ମୁକ୍ତ ଖାଦ୍ୟ ବୋଲି କୁହାଯାଇଥାଏ। ଏସବୁ ଖାଦ୍ୟ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବା ସହ ଓଜନରେ ନିୟନ୍ତ୍ରଣ ଆଣିଥାଏ।

Health Tips

ଫୁଲକୋବି
ଫୁଲକୋବିରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଛି। ୧୦୦ ଗ୍ରାମ ଫୁଲକୋବିରେ ୨୫ ଗ୍ରାମ କ୍ୟାଲୋରୀ ରହିଛି। ଫୁଲକୋବିରେ ଫାଇବରର ମାତ୍ରା ମଧ୍ୟ ରହିଛି।

ବନ୍ଧା କୋବି
ବନ୍ଧା କୋବିକୁ ରାନ୍ଧି କରି କିମ୍ବା ସାଲାଡ କରି ଖାଇହେବ। ଅନ୍ୟ ପରିବା ତୁଳନାରେ ଏଥିରେ କମ କ୍ୟାଲୋରୀ ଥାଏ। ୧୦୦ ଗ୍ରାମ ବନ୍ଧା କୋବିରେ ୨୨ ଗ୍ରାମ କ୍ୟାଲୋରୀ ଥାଏ। ତେଣୁ ଆପଣ ଖାଦ୍ୟରେ ବନ୍ଧା କୋବି ସାମିଲ କରିପାରିବେ।

ବ୍ରୋକଲି
୧୦୦ ଗ୍ରାମ ବ୍ରୋକଲିରୁ ୩୧ କ୍ୟାଲୋରୀ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଛି। ବ୍ରୋକଲି ଖାଇବା ଫଳରେ ପୋଷକ ମିଳିବା ସହ ତ୍ୱଚା ସୁସ୍ଥ ରହିଥାଏ। ଏହାକୁ ଖାଇବା ଫଳରେ ଶରୀରରେ ଭିଟାମିନ ସି ର ଅଭାଵ ରହେ ନାହିଁ। ତେଣୁ କେବଳ କମ କ୍ୟାଲୋରୀ ନୁହେଁ ସୁସ୍ଥ ଶରୀର ପାଇଁ ମଧ୍ୟ ବ୍ରୋକଲି ଖାଇବା ଆବଶ୍ୟକ।

ଗାଜର
ଶରୀରରେ ରକ୍ତ ଠିକ ଭାବେ ହେବା ପାଇଁ ଲୋକମାନେ ଗାଜର ଖାଇଥାନ୍ତି। ଅନେକ ବ୍ୟକ୍ତି ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ଗାଜର ଖାଆନ୍ତି। ଏଥିରେ ବିଟା କେରୋଟିନ ରହିଛି। ୫୦ ଗ୍ରାମ ଗାଜରରେ ୨୫ କ୍ୟାଲୋରୀ ଥାଏ। ଆହୁରି ମଧ୍ୟ ଗାଜରରେ ଭିଟାମିନ ଏ ଭରପୂର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+