Helath Tips: ଚକୋଲେଟ ଶରୀର ପାଇଁ କେତେ ଉପକାରୀ ?

ଚକୋଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ। ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ପଷୋକ ତତ୍ତ୍ୱ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟଠୁ ଆରମ୍ଭ କରି ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ। ଏଥିସହ ଆଉ କି କି ଫାଇଦା ମିଳିଥାଏ, ଜାଣନ୍ତୁ...

chocolate

ସବୁଠୁ ବଡ଼ କଥା ହେଉଛି କି, କେଉଁ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ବଜାରରୁ ମିଲ୍କ ଚକୋଲେଟଠୁ ଆରମ୍ଭ କରି ଡାର୍କ ଏବଂ ହ୍ୱାଇଟ୍ ଚକୋଲେଟ୍ ମିଳିଥାଏ। ଏଥିମଧ୍ୟରୁ ଡାର୍କ ଚକୋଲେଟକୁ ସ୍ୱାସ୍ଥ୍ୟ ଉପକାରୀ ଭାବେ ବିବେଚନା କରାଯାଏ। କାରଣ ଏଥିରେ 70% କୋକୋ ଥାଏ। ତେବେ ଡାର୍କ ଚକୋଲେଟ୍ ଖାଇବାର ଉପକାରିତା ଜାଣନ୍ତୁ...

କୋଷକୁ ରକ୍ଷାକରେ- ଫ୍ଲାଭୋନାଇଡ ଏବଂ ପଲିଫେନୋଲ ଚକୋଲେଟରୁ ମିଳିଥାଏ, ଯାହା ଫ୍ରି ରେଡିକାଲକୁ ନଷ୍ଟ କରିଥାଏ ଏବଂ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ।

ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ- ଡାର୍କ ଚକୋଲେଟ ନିୟମିତ ଖାଇବା ଦ୍ୱାରା ରକ୍ତଚାପ ଏବଂ ହୃଦରୋଗ ହେବାର ଆଶଙ୍କା କମିଥାଏ।

ମନୋବଳକୁ ଉନ୍ନତ କରିଥାଏ- ସେରୋଟୋନିନ୍ ଏବଂ ଏଣ୍ଡୋରଫିନକୁ ପ୍ରୋତ୍ସାହିତ କରୁଥିବା ଉପାଦାନଗୁଡିକ ଚକୋଲେଟରୁ ମିଳିଥାଏ, ଯାହା ଚାପକୁ ହ୍ରାସ କରିବାରେ ଏବଂ ମନୋବଳକୁ ଦୃଢ କରିବାରେ ସାହାଯ୍ୟ କରିଥାଏ।

ମସ୍ତିଷ୍କ କାର୍ଯ୍ୟକୁ ବୃଦ୍ଧି କରେ- ଏଥିରେ କ୍ୟାଫେନ୍ ଏବଂ ଥିଓବ୍ରୋମାଇନ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ, ଯାହା ମାନସିକ ସ୍ୱାସ୍ଥ୍ୟକୁ ଏକାଗ୍ର କରିବା ଏବଂ ଉନ୍ନତି କରିବାରେ ସହାୟକ ହୋଇଥାଏ।

ଚର୍ମ ପାଇଁ ଲାଭଦାୟକ- ଚକୋଲେଟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଥାଏ, ଯାହା ଚର୍ମର ଆର୍ଦ୍ରତା ବଜାୟ ରଖେ ଏବଂ ଏହାକୁ ସୂର୍ଯ୍ୟଙ୍କ ଅଲ୍ଟ୍ରାଭାୟୋଲେଟ ରେଡିଏସନ (ଅତିବାଇଗଣୀ ରଶ୍ମୀ)ରୁ ରକ୍ଷା କରିଥାଏ।

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ- ଡାର୍କ ଚକୋଲେଟ୍ LDL (ଖରାପ) କୋଲେଷ୍ଟ୍ରଲ୍କୁ ହ୍ରାସ କରିପାରେ ଏବଂ HDL (ଭଲ) କୋଲେଷ୍ଟ୍ରଲ୍ ବୃଦ୍ଧି କରିପାରେ।

ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିଥାଏ- ଡାର୍କ ଚକୋଲେଟରେ ଥିବା ଫ୍ଲେଭୋନୋଏଡ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖେ।

ଏନର୍ଜି ବୁଷ୍ଟର ଭାବେ କାମ କରେ ଚକୋଲେଟ୍- ଚକୋଲେଟରେ ଫ୍ୟାଟ୍, ସୁଗାର ଏବଂ କଫିନ୍ ଥାଏ, ଯାହା ତତକ୍ଷଣାତ୍ ଏନର୍ଜି ଯୋଗାଇଥା।

ପ୍ରଦାହକୁ ହ୍ରାସ କରେ- ଚକୋଲେଟରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଶରୀରରେ ପ୍ରଦାହକୁ ହ୍ରାସ କରିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+