ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଓ ଗରମ ପାଣି ସେବନ କରିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ?
ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ କେହି ମଧ୍ୟ ନିଜ ଶରୀର ପ୍ରତି ଯତ୍ନବାନ ହେଉ ନାହାନ୍ତି । ସମସ୍ତଙ୍କୁ ବୁଝିବା ଜରୁରୀ ଅଟେ କି ଶରୀର ସୁସ୍ଥ ରହିଲେ ହିଁ ଆମେ ଜୀବନରେ ଆଗକୁ ବଢ଼ି ପାରିବା । ସାଧାରଣତଃ ରସୁଣକୁ ଆମେ ଖାଦ୍ୟରେ ସ୍ଵାଦ ବଢାଇବା ପାଇଁ ବ୍ୟବହାର କରିଥାଉn। ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ରସୁଣ ଆମ ଶରୀରର ପାଇଁ ବହୁତ ଉପକାରୀ ଅଟେ ।
ଯଦି ଆପଣ ପ୍ରତ୍ୟେକଦିନ ରସୁଣର ଗୋଟେ କିମ୍ବା ଦୁଇଟି କୋଷା ସେବନ କରୁଥିବେ, ତାହେଲେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ସମାନ ହୋଇଥଏ । ଏହାସହିତ ଯଦି ଆପଣଙ୍କର ଅର୍ଶ, କବଜ ଭଳି ସମସ୍ୟା ରହିଛି ତାହେଲେ, ନିଶ୍ଚିତ ଭାବରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ। ରସୁଣର ସେବନ କଲେ, ଭୋକ ବଢ଼ିଥାଏ ଏବଂ ମଧୁମୟ, ରକ୍ତଚାପ, ଆଦି ରୋଗ ଦୂର ହୋଇ ଯାଇଥାଏ । ଯଦି ଆପଣ ସକାଳୁ ଜଳଖିଆ ଖାଇବା ପୂର୍ବରୁ ରସୁଣର ସେବନ କରନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଫାଇଦା ମିଳିବ ।
ଯଦି ଆପଣ ପ୍ରତ୍ୟେକଦିନ ରସୁଣର କିଛି କୋଷା ସେବନ କରନ୍ତି,ତାହେଲେ ଆପଣଙ୍କ ଶରୀର ସତେଜ ରହିବା ସହିତ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ। ରସୁଣର ସେବନ କଲେ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । କିନ୍ତୁ ସର୍ବଦା ରସୁଣକୁ ସଠିକ ମାତ୍ରାରେ ଖାଇବା ଉଚିତ । କାରଣ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ ଉଚିତ ନୁହେଁ ।

ଯଦି କୌଣସି ବିବାହିତ ଦମ୍ପତ୍ତିଙ୍କର ଯୌନ ଜନିତ ସମସ୍ୟା ରହିଛି, ତାହେଲେ ସେମାନେ ପ୍ରତ୍ୟେକ ଦିନ ରସୁଣର ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ରସୁଣ ଖାଇବା ଦ୍ବାରା ଶରୀରରେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀର ସୁସ୍ଥ ରହେ । ଏଥିରେ ଥିବା ଔଷଧୀୟ ଗୁଣ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏହାସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ, ଅର୍ଥାତ ଏହା ଶରୀରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ତାହେଲେ ସାଙ୍ଗମାନେ ପ୍ରତ୍ୟେକ ଦିନ ରସୁଣ ସେବନ କରନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କ ଶରୀର ସୁସ୍ଥ ରହିବ । ତେବେ ଏ ନେଇ ଡାକ୍ତରଙ୍କ ପରାମର୍ଶ ଥରେ କରି ନିଅନ୍ତୁ।












Click it and Unblock the Notifications