Health Tips: ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ଅଙ୍ଗୁର
ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାସହ କିଛି ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ସେବନ କରିବା ଉଚିତ । ଶରୀରକୁ ସୁସ୍ଥ ରଖିବା ପାଇଁ ରକ୍ତଚାପ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ । ଏଭଳି କେତେକ ଫଳ ରହିଛି, ଯାହା ରକ୍ତଚାପ ରୋଗୀଙ୍କ ପାଇଁ କୌଣସି ବରଦାନରୁ କମ୍ ନୁହେଁ..
- ଅଙ୍ଗୁର ପୋଟାସିୟମର ଉତ୍ତମ ସ୍ରୋତ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।
- ପୋଟାସିୟମ ଥିବା ଖାଦ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ହୃଦୟ ଜନିତ ରୋଗ ଓ ହୃଦଘାତ ହେବାର ସମ୍ଭାବନା ଖୁବ କମ୍ ଥାଏ।
- ଅଙ୍ଗୁର ପୋଟାସିୟମ ସହ ଫାଇବରର ମଧ୍ୟ ଉତ୍ତମ ସ୍ରୋତ। ଏହା ରକ୍ତଚାପକୁ କମ୍ କରିବା ସହ ହୃଦୟକୁ ସୁସ୍ଥ ରଖିଥାଏ।
- ଅଙ୍ଗୁରରେ ଥିବା ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇନଥାଆନ୍ତି।
ଉଚ୍ଚ ରକ୍ତଚାପ ରୋଗୀ କଦଳୀ ନିଶ୍ଚୟ ଖାଆନ୍ତୁ। ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଯାହା ଉଚ୍ଚ ରକ୍ତଚାପ ସମସ୍ୟାକୁ କମ୍ କରିବାରେ ସହାୟକ ହୋଇଥାଏ।

ସେଓ ଏକ ସ୍ୱାସ୍ଥ୍ୟ ଉପକାରୀ ଫଳ। ଏହା ଶରୀର ପାଇଁ କୌଣସି ବରଦାନରୁ କମ୍ ନୁହେଁ। ନିୟମିତ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ ବୋଲି କୁହାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାର୍ଯ୍ୟ କରିଥାଏ।












Click it and Unblock the Notifications