Health Tips: ପିଜୁଳି ପତ୍ରର ଔଷଧୀୟ ଗୁଣ, ଅନେକ ରୋଗ ପାଇଁ ରାମବାଣ
ପିଜୁଳି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ପେଟ ସମ୍ବନ୍ଧୀୟ ଅନେକ ରୋଗ ପିଜୁଳି ଖାଇଲେ ଭଲ ହୋଇଥାଏ । ତେବେ ଏହାର ପତ୍ର ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ । ଏହା ମୁହଁରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ରାମ ବାଣ ପରି କାମ କରିଥାଏ । ନିକଟରେ ଭାଗଲପୁରର ସ୍ଥାନୀୟ ଏକ ଆୟୁର୍ବେଦିକ କଲେଜର ଜଣେ ପ୍ରଫେସର୍ ଏହି ପତ୍ରର ଅନେକ ଫାଇଦା ବିଷୟରେ ଜଣାଇଛନ୍ତି ।

ପତ୍ରରେ ରହିଛି କ'ଣ:
ପିଜୁଳିର ସବୁଜ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମିଳିଥାଏ। ଏହା ସହିତ ପଲିଫେନୋଲ୍, କାରୋଟେନାଇଡ୍, ଫ୍ଲାଭୋନୋଇଡ୍ ଏବଂ ଟେନିନ୍ ନାମକ ରାସାୟନିକ ପଦାର୍ଥ ଏହି ପତ୍ରରେ ମିଳିଥାଏ, ଯାହା ବିଭିନ୍ନ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ।
କିପରି ଖାଇବେ:
ସକାଳେ ପିଜୁଳି ଗଛ ପାଖକୁ ଯାଇ ସତେଜ ଏବଂ ନରମ ପତ୍ର ତୋଳନ୍ତୁ। ଏହାକୁ ଖାଲି ପେଟରେ ଚୋବେଇ ଚୋବେଇ ଖାଆନ୍ତୁ। ଏହା ବ୍ୟତୀତ ଏହାର ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ମଧ୍ୟ ପିଇପାରିବେ। ଏହା କରିବା ଦ୍ୱାରା ବଢୁଥିବା ୟୁରିକ ଏସିଡ୍ ସ୍ୱାଭାବିକ ହୋଇଯାଏ।
• ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ । ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।
• ଏହା ଦାନ୍ତ ଓ ମାଢି ସମ୍ବନ୍ଧୀୟ ଅନେକ ରୋଗକୁ ଭଲ କରିଥାଏ ।
• ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।
• ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ ।
• ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ ।
• ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ ।
• ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।












Click it and Unblock the Notifications