Health tips: ସତେଜ ଫଳ ଆପଣଙ୍କୁ ରଖିବ ସୁସ୍ଥ

ପେଟ ପାଇଁ ସବୁଠୁ ବେଶୀ ଜରୁରୀ ହେଉଛି ହଜମ କ୍ରିୟା ଠିକ୍ ଭାବରେ ହେବା । ହଜମ କ୍ରିୟାରେ କୌଣସି ପ୍ରକାର ଅସୁବିଧା ହେଲେ ସିଧାସଳଖ ପ୍ରଭାବ ସାସ୍ଥ୍ୟ ଉପରେ ପଢ଼ିଥାଏ। ଯଦି ଆପଣ ଏହି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ଏହି ୫ଟି ଫଳକୁ ସାମିଲ କରନ୍ତୁ । ୧.ସେଓ- ସେଓରେ ଥିବା ପେକ୍ଟିନ୍ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଖାସ୍ କରି କୋଷ୍ଠକାଠିନ୍ୟ ଏବଂ ଡାଇରିଆ ହେଲେ ସେଓ କାମରେ ଆସିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥକୁବାହାର କରି ସୁସ୍ତ ରଖୁଥାଏ ।

fruits

୨. ପିଜୁଳି: ପିଜୁଳିକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ ଯାହା ଦ୍ୱାରାଆପଣଙ୍କ ଖାଦ୍ୟ ଶୀଘ୍ର ହଜମ ହୋଇପାରିବ। ଏହା ଏକ ଅତ୍ୟାବଶ୍ୟକୀୟ ଫଳ ଭାବେ ଜଣା ଯାଇଥାଏ । ଏହା ଫାଇବରର ୧୨ ପ୍ରତିଶତ ମାତ୍ରା ପୂରଣ କରିଥାଏ । ପିଜୁଳିର ମଞ୍ଜି ପେଟକୁ ସଫା କରିଥାଏ ।

୩. କଦଳୀ: କଦଳୀରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ପେଟକୁ ସଫାରିଖୁଥାଏ। ଏଥିପାଇଁ କୋଷ୍ଠକାଠିନ୍ୟ ସମସ୍ୟାରେ ଡାକ୍ତର ମଧ୍ୟ ରୋଗୀକୁ କଦଳା ଖାଇବାକୁ ପରାମର୍ଶଦେଇଥାନ୍ତି । ଏହା ପେଟରେ ଜୀବାଣୁ ଜନିତ ସମସ୍ୟାକୁ ଦୂର କରିଥାଏ ।

୪. ଏଭକାଡ଼ୋ: ଏଲଜାଡ଼ୋ ମଧ୍ୟ ହଜମ କ୍ରିୟାରେ ସାହାଯ୍ୟ କରିଥାଏ । ଏଥିରେ ମଧ୍ୟ ଫାଇବରର ମାତ୍ରା ଅଧିକ ରହିଥାଏ । ଏହା ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ ।

୫, ନାଶପାତି : ଏକ ମଧ୍ୟମ ଆକାରର ନାଶପାତିରେ ପାଖାପାଖି ୪ ଗ୍ରାମର ଫାଇବର ରହିଥାଏ । ଏହା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+