ଦୀପାବଳୀର ପ୍ରଦୂଷଣ ଭାରି ପଡିପାରେ ଶ୍ବାସରୋଗୀଙ୍କ ଉପରେ, ରୁହନ୍ତୁ ସାବଧାନ
ଦୀପାବଳି ଖୁସିର ପର୍ବ। କିନ୍ତୁ ଏକ ଆନନ୍ଦଦାୟକ ଅବସର ଆସ୍ଥମା ପରି ଶ୍ୱାସକ୍ରିୟା ସମସ୍ୟା ଥିବା ରୋଗୀଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜିଂ । ଜାଣନ୍ତୁ କିପରି ଏଥିରୁ ରହିବେ ସତର୍କ ....
ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳୀ । କରୋନା ଯୋଗୁଁ ପ୍ରାୟ ସମସ୍ତ ପର୍ବ ପର୍ବାଣୀ ଉପରେ ଏକ ପ୍ରକାର ରୋକ ଲାଗିଥିବା ବେଳେ ଚଳିତ ଥର ଲୋକେ ଏକାଠି ହୋଇ ଏହି ପର୍ବ ପାଳନ ନେଇ ଅଛନ୍ତି ଉତ୍ସାହିତ । ବିଭିନ୍ନ ପ୍ରକାର ଦୀପରେ ଚାଲିଛି ଘର ସଜା, ରଙ୍ଗୀନ ଲାଇଟ ସହିତ ଫୁଲରେ ଅନେକ ନିଜର ଘରର ଶୋଭା ବଢେଇବା ପାଇଁ ସଜାଇଛନ୍ତି । ତେବେ ଦୀପାବଳୀରେ ବାଣ ଫୁଟାଇବା ଶ୍ବାସ ରୋଗୀଙ୍କ ପାଇଁ ଭାରି ପଡିପାରେ । ଏହି ରୋଗୀମାନେ ବିଶେଷ ସତର୍କ ରହିବାର ଆବଶ୍ୟକତା ରହିଛି ।

ଦୀପାବଳୀରେ ଦେଶର ବାୟୁର ଗୁଣମାନ ସବୁଠୁ ଖରାପ ରହିଥାଏ। ଏଥିରେ ଭରି ରହିଥାଏ ହାନୀକାରକ ଗ୍ୟାସ । ଫୁସଫୁସରେ ଅଧିକ ସମସ୍ୟା ଦେଖାଦେବା ଫଳରେ ରୋଗୀ ସହଜ ମନେ କରିନଥାଏ । ତେଣୁ ଯଦି ଆପଣଙ୍କ ଘରେ କେହି ଛୋଟ ପିଲା କିମ୍ବା ବୟସ୍କ ଶ୍ବାସ ରୋଗରେ ପୀଡିତ । ତେବେ ତାଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଅନ୍ତୁ ନାହିଁ। ଛୋଟ ପିଲାଙ୍କୁ ଇନଡୋର ଖେଳରେ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ମୁହଁରେ ମାସ୍କ ଲଗାଇବା ପାଇଁ ଚେଷ୍ଟା କରନ୍ତୁ । ପାଖରେ ଇନହେଲର ରଖନ୍ତୁ ।












Click it and Unblock the Notifications