Health Tips: କ’ଣ ଖାଇବେ? କ’ଣ ଖାଇବେ ନାହିଁ?
ସ୍ୱାସ୍ଥ୍ୟକର ଖାଦ୍ୟ, ସୁସ୍ଥ ଶରୀର। ଆମେ ଦୈନନ୍ଦିନ ଜୀବନରେ କ'ଣ ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦୂରେଇ ପାରିବା। ସୁସ୍ଥ ଖାଦ୍ୟ ମସ୍ତିଷ୍କଠାରୁ ଆରମ୍ଭ କରି ଶାରୀରିକ କାର୍ଯ୍ୟଦକ୍ଷତା ପର୍ଯ୍ୟନ୍ତ ଜୀବନର ସମସ୍ତ ଦିଗରେ ଉନ୍ନତି ଆଣିଥାଏ। ଏକ ସୁସ୍ଥ ମନ, ସୁସ୍ଥ ଶରୀର ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
କ'ଣ ଖାଇବେ?
ପନିପରିବା: ଖାଦ୍ୟରେ ସବୁଜ ପନିପରିବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପରିବାରେ କ୍ୟାଲୋରୀ କମ୍ ଥିବା ସହ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫାଇବରରେ ପରିପୂର୍ଣ୍ଣ।
ଫଳ: ଫଳରୁ ପ୍ରାକୃତିକ ମିଠା ମିଳିଥାଏ। ଫଳ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୋଗାଇଥାଏ, ଯାହା ସ୍ଵାରେ ଉନ୍ନତି ଆଣିଥାଏ।
ମାଂସ ଓ ମାଛ: ପ୍ରୋଟିନ୍ର ଉତ୍ତର ଉତ୍ସ ହେଉଛି ମାଛ ଓ ମାଂସ।

ଅଣ୍ଡା: ଅଣ୍ଡାରେ ପ୍ରୋଟିନ୍, ଉପକାରୀ ଚର୍ବି, ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ରହିଛି।
ବାଦାମ ଓ ମଞ୍ଜି: ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ। ଏଥିରେ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ରହିଛି।
ଦୁଗ୍ଧ: ଦହି ଓ କ୍ଷୀରରେ ପ୍ରୋଟିନ୍ ଓ କ୍ୟାଲସିୟମ୍ ଭରପୂର ମାତ୍ରାରେ ଥାଏ।
କ'ଣ ଖାଇବେ ନାହିଁ?
ଚିନି ଯୁକ୍ତ ଖାଦ୍ୟ: ଚିନିଯୁକ୍ତ ଖାଇବା ଦ୍ୱାରା ମେଦବହୁଳତା, ଟାଇପ-୨ ଡାଇବେଟିସ୍, ତ୍ଵଚାଜନିତ ସମସ୍ୟା ଦେଖାଦେଇଥାଏ।
ଟ୍ରାନ୍ସ ଫ୍ୟାଟ୍, ମଇଦା, ତେଲ, ଅତ୍ୟଧିକ ଲୁଣ ଖାଇବାଠାରୁ ଦୂରରେ ରହନ୍ତୁ।












Click it and Unblock the Notifications