Health Tips: ସକାଳୁ ଉଠିବା ପରେ ବହୁତ ଶୋଷ ଲାଗୁଛି କି?
ଅନିୟମିତ ଜୀବନଶୈଳୀ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟପେୟ, ଶାରୀରିକ ପରିଶ୍ରମ ନ ଥିବା କାରଣରୁ ହେଉଥିବା ରୋଗ ଭିତରୁ ରକ୍ତଚାପ ଅନ୍ୟତମ। ଏଭଳି ରୋଗୀମାନେ ହୃଦଘାତ୍, ବ୍ରେନ୍ ଷ୍ଟ୍ରୋକ୍, କୀଡନୀ ଫେଲିୟର ଭଳି ବୃହତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଏଥିଯୋଗୁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ।
ପ୍ରାରମ୍ଭିକ ସମୟରେ ରୋଗର କୌଣସି ଲକ୍ଷଣ ଦେଖାଯାଇ ନ ଥାଏ। ହେଲେ ଧିରେ ଧିରେ ସ୍ଥିତି ଗମ୍ଭୀର ହେଲେ ଉଚ୍ଚ ରକ୍ତଚାପ ହୋଇଥିବା ଜଣାପଡ଼ିଥାଏ। ଉକ୍ତ ରକ୍ତଚାପକୁ ସମୟ ଥାଇ ଚିକିତ୍ସା କରାଇ ନେବା ଉଚିତ। ନଚେତ ଏହା ଜୀବନ ନେଇପାରେ। ଜଣେ ସୁସ୍ଥ ବ୍ୟକ୍ତିର ରକ୍ତଚାପର ସାଧାରଣ ସ୍ତର ୧୨୦/୯୦। ହେଲେ ଏହା ୧୪୦/୯୦ ଟପିଲେ ଉକ୍ତରକ୍ତଚାପର ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏହାର କିଛି ଲକ୍ଷଣ ବିଷୟରେ...

-ଅଧିକ ଶୋଷ ଲାଗିବା: ସକାଳୁ ଉଠିବା ମାତ୍ରେ ଯଦି ଆପଣଙ୍କୁ ଅଧିକ ଶୋଷ ଲାଗୁଥାଏ ନଚେତ ସବୁବେଳେ ପାଟି ଶୁଖି ଯାଉଥିଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ।
-ମୁଣ୍ଡ ବୁଲାଇବା: ସକାଳୁ ଉଠିଲେ ଥକା ଲାଗୁଥିଲେ, ମୁଣ୍ଡ ବୁଲାଇ ଦେଉଥିଲେ, ନଚେତ ବାନ୍ତି ଭଳି ଅନୁଭବ କରୁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ। ଏଣୁ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ।
-ଆଖିକୁ ଜାଲଜାଲ ଦିଶିବା: ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଭଲଭାବେ କିଛି ଦେଖାଯାଉନାହିଁ, ସବୁକିଛି ଝାପ୍ସା ଦେଖାଯାଉଛି ତେବେ ସତର୍କ ହୋଇଯାଆନ୍ତୁ। ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ।












Click it and Unblock the Notifications