Health Tips: ଶୋଇବା ବେଳେ ଅଧିକ କେଶ ଝଡୁଛି ? ଆପଣାନ୍ତୁ ଏହି ଟିପ୍ସ, ଦୂର ହେବ ସମସ୍ୟା

ପ୍ରତ୍ୟେକ ମହିଳା ଲମ୍ବା, ସୁନ୍ଦର ଓ ଘନ କେଶ ଚାହାନ୍ତି । କେଶ ନାରୀର ସୌନ୍ଦର୍ଯ୍ୟ । ହେଲେ ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ କେଶ ଝଡିବା ସମସ୍ୟାକୁ ନେଇ ଚିନ୍ତିତ । କେବଳ ଝଡିବା ନୁହେଁ, କମ୍ ବୟସରୁ କେଶ ପାଚିବା, ଶୁଷ୍କ ଓ ଡ୍ୟାମେଜ ହୋଇଯାଉଛି । ମୁଖ୍ୟତଃ ଖାଦ୍ୟପେୟ, ପ୍ରଦୂଷଣ, ମାନସିକ ଚାପ, ନିଦ୍ରା ଅଭାବ ଏହାର କାରଣ । ବିଶେଷକରି ଅନେକ ମହିଳାଙ୍କ ଶୋଇବା ସମୟରେ ଅଧିକ କେଶ ଝଡିବା ଦେଖାଯାଏ । ଯାହାକି ସାଧାରଣ କଥା । ମାତ୍ର ଏହାକୁ ନେଇ ସେମାନେ ଚିନ୍ତିତ ରହିଥାନ୍ତି । ଯଦି ଆପଣଙ୍କର ବି ଶୋଇବା ସମୟରେ କେଶ ଝଡିବା ସମସ୍ୟା ରହିଛି, ତା'ହେଲେ ଆପଣନ୍ତୁ ଏହି 7ଟି ଟିପ୍ସ ।

ସାଟିନ କିମ୍ବା ସିଲ୍କ ତକିଆ ଖୋଳ ବ୍ୟବହାର: କଟନ ତକିଆରେ କେଶ ଝଡିବାର ସମ୍ଭାବନା ଅଧିକ ଥାଏ । ମୁଣ୍ଡ ଓ ତକିଆ ରଗଡି ହୋଇ କେଶ ଝଡିଥାଏ । ତେଣୁ ଆପଣ କଟନ ତକିଆ କିମ୍ବା କଭର ବ୍ୟବହାର କରୁଥିଲେ ଏହାକୁ ବଦଳାଇବା ଉଚିତ୍ । କଟନ ବଦଳରେ ରେଶମ/ ସିଲ୍କ କିମ୍ବା ସାଟିନ କପଡାର କଭର ବ୍ୟବହାର କରିପାରିବେ । ଏହା କୋମଳ ହୋଇଥିବାରୁ ଏଥିରେ ମୁଣ୍ଡ ରଗଡି ହେଲେ କେଶ ଝଡିବାର ସମ୍ଭାବନା କମ୍ ଥାଏ ।

Health Tips

କେବେ ବି ଓଦା କେଶରେ ଶୁଅନ୍ତୁ ନାହିଁ: ଅନେକ ଲୋକଙ୍କ ଶୋଇବା ପୂର୍ବରୁ ଗାଧୋଇବା ଏକ ଅଭ୍ୟାସ । ଆଉ ଗାଧୋଇବା ପରେ ଓଦା କେଶରେ ବିଛଣାରେ ଶୋଇପଡନ୍ତି । ଆପଣ ଜମାରୁ ଏହି ଭୁଲ୍ କରନ୍ତୁନି । କାରଣ ଓଦା କେଶ ଖୁବ୍ ଦୁର୍ବଳ ହୋଇଥାଏ, ଯାହାଫଳରେ ଶୋଇବା ଦ୍ବାରା ଅଧିକ ଝଡିଥାଏ । ତେଣୁ ଓଦା କେଶରେ କଦାପି ନ ଶୋଇବାକୁ ପରାମର୍ଶ ଦିଆଯାଏ ।

ଯଥେଷ୍ଟ ନିଦ ଶୁଅନ୍ତୁ: ଶୋଇବା ସମୟରେ ଶରୀରରେ ଗ୍ରୋଥ୍ ହରମୋନ ରିଲିଜ୍ ହୁଏ, ଯାହା ନୂତନ କେଶ ବୃଦ୍ଧିକୁ ପ୍ରୋତ୍ସାହିତ କରେ ଓ ପୁରୁଣା ନଷ୍ଟ ହୋଇଯାଇଥିବା କେଶ ଝଡାଇଦିଏ । ଏଥିପାଇଁ ଆପଣଙ୍କୁ ଭଲ ନିଦ ଶୋଇବା ଆବଶ୍ୟକ । ନିଦ୍ରା ଅଭାବ ହେଲେ କୋର୍ଟିସୋଲ ସ୍ତର ଅଧିକ ହୋଇଥାଏ ଏବଂ ଏହା କେଶକୁ ଡ୍ୟାମେଜ କରେ ।

ଶୋଇବା ପୂର୍ବରୁ ମୁଣ୍ଡ କୁଣ୍ଡାନ୍ତୁ: ରାତିରେ ଶୋଇବା ସମୟରେ ମୁଣ୍ଡ କୁଣ୍ଡାନ୍ତୁ । କାରଣ ଦିନ ସାରା ଏପଟ ସେପଟ ହେବା ଯୋଗୁଁ କେଶ ଅଡୁଆ କିମ୍ବା ଝଟା ହୋଇଯାଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ଚଉଡା ଦାନ୍ତ ଥିବା ପାନିଆ କିମ୍ବା ଏକ ପଡେଲ ବ୍ରଶ ସାହାଯ୍ୟରେ ନିଜର କେଶ କୁଣ୍ଡାନ୍ତୁ । ଏହାଦ୍ବାରା ଶୋଇବା ସମୟରେ କେଶ କମ୍ ଝଡିଥାଏ । ଧ୍ୟାନ ଦେବେ, ଓଦା କେଶକୁ ଜମା ବି କୁଣ୍ଡାଇବେ ନାହିଁ । ଭଲ ଭାବେ ଶୁଖିବା ପରେ ପାନିଆରେ କୁଣ୍ଡାଇ ପାରିବେ ।

ଟାଇଟ୍ କରି କେଶ ବାନ୍ଧନ୍ତୁ ନାହିଁ: ଶୋଇବା ସମୟରେ ଆମେ ଅନେକ ଥର କଡ ଲେଉଟାଇଥାଉ । ଏହାଦ୍ବାରା ବିଛଣାରେ କେଶ ରଗଡି ହୋଇ ଛିଣ୍ଡିଯାଏ । ସେଥିପାଇଁ ଶୋଇବା ସମୟରେ କେଶକୁ ବାନ୍ଧନ୍ତୁ । ଫଳରେ କେଶ ଝଡିବା କମ୍ ହୋଇଥାଏ । ହେଲେ କେଶ ଆଦୌ ଟାଇଟ୍ କରି ବାନ୍ଧନ୍ତୁ ନାହିଁ । ଏପରି କଲେ ଅଧିକ କେଶ ଝଡିଥାଏ ।

ମୁଣ୍ଡ ମାଲିସ୍ କରନ୍ତୁ: କେଶ ମୂଳ ବା ମୁଣ୍ଡ ମାଲିସ୍ କରିବା ଦ୍ବାରା ରକ୍ତ ସଞ୍ଚାଳନ ବଢିଥାଏ । କେଶ ମୂଳ ପର୍ଯ୍ୟନ୍ତ ରକ୍ତ ପହଞ୍ଚିଥାଏ । ଏହାଦ୍ବାରା କେଶ ସୁସ୍ଥ ରହିବା ସହ ଝଡିବା ସମସ୍ୟା କମ୍ ହୁଏ । ନଡିଆ, ଅଁଳା ତେଲରେ ନିଜର ମୁଣ୍ଡର ମାଲିସ୍ କରିପାରିବେ । କେଶ ଝଡିବା, ଆପଣ କେଉଁ ଢଙ୍ଗରେ ଶୋଉଛନ୍ତି ତା' ଉପରେ ମଧ୍ୟ ନିର୍ଭର କରେ । ଯଦି ଆପଣ ପିଠି ପଟେ ଶୋଉଛନ୍ତି, ତାହେଲେ ଭଲ । ଏହାଦ୍ବାରା ମୁଣ୍ଡ ଓ ତକିଆ ମଧ୍ୟରେ ଘର୍ଷଣ କମ୍ ହୋଇଥାଏ ଓ କେଶ ଝଡିବା ମଧ୍ୟ କମିଥାଏ ।

ପେପ୍‌ଟାଇଡ ଯୁକ୍ତ ହେୟାର ସେରମ ବ୍ୟବହାର: କେଶ ଝଡିବା କମାଇବା ଓ କେଶ ମୂଳ ମଜଭୁତ କରିବାକୁ ଚାହୁଁଥିଲେ ପେପ୍‌ଟାଇଡ ଭଳି ଉପାଦାନ ଥିବା ହେୟାର ସେରମ୍ ବ୍ୟବହାର କରିବା ଭଲ । ଏହା ଖପୁରୀକୁ ପୋଷକ ତତ୍ତ୍ବ ଯୋଗାଇବାରେ ସାହାଯ୍ୟ କରେ । ଫଳରେ କେଶ ବୃଦ୍ଧି ହେବା ସହ ମଜଭୁତ ହୁଏ । କେଶ ଝଡିବା ସମସ୍ୟା ହ୍ରାସ ପାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+