Health Tips: ଭୁଲ ଉପାୟରେ ଖାଉଛନ୍ତି ଫଳ, ଜାଣନ୍ତୁ ସଠିକ୍‍ ଉପାୟ

ଫଳ ଖାଇବା ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ । ଫଳରେ ସବୁ ପ୍ରକାର ଜରୁରୀ ପୋଷକ ତତ୍ତ୍ୱ, ଭିଟାମିନ୍‍ ଏବଂ ଫାଇବର୍‍ ଶରୀରକୁ ମିଳିଥାଏ । ଫଳ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ, ରକ୍ତହୀନତା ଦୂର ହେବା ସହ ଶରୀର ବିକାଶରେ ଉନ୍ନତି ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଆୟୁର୍ବେଦ ଚିକିତ୍ସା ପଦ୍ଧତି ଅନୁସାରେ ସମସ୍ତ ଖାଦ୍ୟ ଖାଇବାର ଯେପରି କିଛି ନିୟମ ରହିଛି ସେହିପରି ଫଳ ଖାଇବାର ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ଓ ଉପାୟ ରହିଛି । ଭୁଲ ସମୟରେ ଏବଂ ଭୁଲ ଉପାୟରେ ଫଳ ଖାଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ ପରିବର୍ତ୍ତେ ହାନିକାରକ ହୋଇପାରେ ।

Health Tips

ଆୟୁର୍ବେଦ ଅନୁଯାୟୀ ଅନ୍ୟ ଖାଦ୍ୟ ତୁଳନାରେ ଫଳ ଗୁଡିକ ହାଲୁକା ଏବଂ ହଜମ ହେବା ପାଇଁ ସହଜ ଅଟେ । ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ସହିତ ଫଳ ଖାଇବା ଅନୁଚିତ । ଏହାଦ୍ୱାରା ପେଟ ରୋଗ ସମସ୍ୟା ବଢିପାରେ । ଖାଇବା ପୂର୍ବରୁ ଫଳ ଖାଇଲେ ପେଟରେ ଏହା ଗଚ୍ଛିତ ହୋଇ ରହିଥାଏ । କିଛି ସମୟରେ ଭାରି ଖାଦ୍ୟ ଖାଇଲେ ତାହା ହଜମ ହେବାରେ ସମସ୍ୟା ଉପୁଜିବା ସହ ଖାଦ୍ୟ ବିଷାକ୍ତ ହୋଇ ପେଟ ରୋଗ ସମସ୍ୟାକୁ ବଢାଇଥାଏ । ଏହି କାରଣରୁ ଖାଦ୍ୟ ସହିତ କିମ୍ବା ପରେ ଫଳ ଖାଇବା ଅନୁଚିତ ।

ସଠିକ୍‍ ଉପାୟ:

  • ଆୟୁର୍ବେଦ ଅନୁଯାୟୀ ଖାଇବର ୧ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୨ଘଣ୍ଟା ପରେ ଫଳ ଖାଇପାରିବେ ।
  • ଭୋଜନ କରିବା ବେଳେ କେବେ ବି ଫଳ ଖାଆନ୍‍ତୁ ନାହିଁ ।
  • ଫଳକୁ କ୍ଷୀର କିମ୍ବା ଦହି ସହିତ ମିଶାଇ ଖାଆନ୍ତୁ ନାହିଁ
  • ଯଦି ଆପଣ ଫଳ ଗୁଡିକ ଠିକ୍‍ ଭାବେ ଚୋବାଇ ଖାଇ ପାରୁନାହାଁନ୍ତି ତେବେ ଫଳକୁ ଜୁସ କରି ପିଇପାରିବେ ।
  • ସକାଳୁ ଏବଂ ରାତିରେ ଫଳ କେବେ ବି ଖାଆନ୍ତୁ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+