Health Tips: ସୁସ୍ଥ ଓ ଫିଟ୍ ଶରୀର ପାଇଁ ଖାଆନ୍ତୁ ଏହି ଜିନିଷ, ରହିବେ ସୁସ୍ଥ

ଅସ୍ବାସ୍ଥ୍ୟକର ଜୀବନଶୈଳୀ ଅନେକ ପ୍ରକାର ରୋଗର କାରଣ । ହୃଦ ଜନିତ ସମସ୍ୟା, ଦୁର୍ବଳ ହଜମ ପ୍ରକ୍ରିୟା, ଶରୀରରେ ପ୍ରୋଟିନ ଅଭାବ, ଚର୍ମ ସମସ୍ୟା ଅନ୍ୟତମ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ଡାଏଟ୍‌ରେ କିଛି ସ୍ବାସ୍ଥ୍ୟକର ଖାଦ୍ୟ ଯୋଡିପାରିବେ ।

ନ୍ୟୁଟ୍ରନିଷ୍ଟ ବସୁଧା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କେତେକ ହେଲ୍‌ଦି ଫୁଡ୍ ବିଷୟରେ ଜଣାଇଛନ୍ତି । ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ଏହି ଖାଦ୍ୟ ସେବନ କରିବା ଲାଭଦାୟକ । ଏହାଦ୍ବାରା ଅନେକଗୁଡିଏ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ ।

ତେବେ ଏହି ୪ ଖାଦ୍ୟ ଖାଇଲେ ମିଳେ ଅନେକ ସମସ୍ୟାରୁ ମୁକ୍ତି

ହୃଦୟ ସୁସ୍ଥ ରଖେ ଘିଅ:

ଅଧିକାଂଶ ଲୋକ ଘିଅ ଖାଇବାକୁ ଅସ୍ବାସ୍ଥ୍ୟକର ଭାବନ୍ତି । ଓଜନ ବଢିଯିବା ଭୟରେ ଘିଅ ଖାଇନଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଘିଅ ଆମ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏହା ଓମେଗା-3 ଫ୍ୟାଟି ଏସିଡରେ ଭରପୂର ହୋଇଥାଏ । ଘିଅ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ମସ୍ତିଷ୍କ ସ୍ବାସ୍ଥ୍ୟ ଭଲ ରଖେ । ଭାତ, ଡାଲି କିମ୍ବା ରୁଟିରେ ବାସ୍ ଗୋଟିଏ ଚାମଚ ଘିଅ ମିଶାଇ ସେବନ କଲେ ଏଭଳି ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ ।

ହଜମ ପ୍ରକ୍ରିୟା ଠିକ୍ ରଖେ ଅମୃତଭଣ୍ଡା:

ଅମୃତଭଣ୍ଡା ପାଟିକୁ ଯେମିତି ସ୍ବାଦିଷ୍ଟ ଦେହ ପାଇଁ ବି ସେମିତି ହିତକର । ଏହା ଆମର ପାଚନ ତନ୍ତ୍ର ମଜଭୁତ କରିଥାଏ । ଅମୃତଭଣ୍ଡାରେ ଥିବା ପପେନ ଏନଜାଇମ ପ୍ରୋଟିନକୁ ଭାଙ୍ଗିବାରେ ସାହାଯ୍ୟ କରେ ଓ ହଜମ ପ୍ରକ୍ରିୟା ଉନ୍ନତ କରେ । ଏଥିରେ ଫାଇବର ଓ ଜଳ ମାତ୍ରା ଅଧିକ ଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିପାରେ । ସେହିପରି ନିୟମିତ ଅମୃତଭଣ୍ଡା ଖାଇଲେ ହୃଦୟ ସୁସ୍ଥ ରହିଥାଏ ।

ଶରୀର ପାଇଁ ଜରୁରୀ ବାଦାମ:

ଭିଜା ଆଲମଣ୍ଡ ବା ପିସ୍ତାବାଦାମ ଖାଇଲେ ଶରୀରକୁ ଅନେକ ଲାଭ ମିଳେ । ଏଥିରେ ପ୍ରଚୁର ପ୍ରୋଟିନ, ଫାଇବର, ହେଲ୍‌ଦି ଫ୍ୟାଟ, ଭିଟାମିନ ଓ ମିନେରାଲ ରହିଛି ଯାହାକି ଶାରୀରିକ ବିକାଶରେ ସାହାଯ୍ୟ କରେ । ବାଦାମରୁ ମିଳୁଥିବା ଭିଟାମିନ ଇ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ ଓ ଆମର ତ୍ବଚାକୁ ସୁସ୍ଥ ରଖିଥାଏ । ମସ୍ତିଷ୍କ କାର୍ଯ୍ୟପ୍ରଣାଳୀ ଉନ୍ନତ କରିବା ସହ ସ୍ମୃତି ଶକ୍ତି ପ୍ରଖର କରିଥାଏ ।

Health Tips

ପ୍ରୋଟିନ ଭଣ୍ଡାର ଗଜା ବୁଟ, ମୁଗ:

ସ୍ପ୍ରାଉଟସ୍ ବା ଗଜା ମୁଗ-ବୁଟ ପ୍ରୋଟିନରେ ଭରପୂର ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି, ଭିଟାମିନ କେ ଆଦି ପୋଷକ ତତ୍ତ୍ବ ରହିଛି । ଏହା ଇମ୍ୟୁନିଟି ବୃଦ୍ଧି କରିବାଠାରୁ ଆରମ୍ଭ କରି ହୃଦୟ ସ୍ବାସ୍ଥ୍ୟ ଉନ୍ନତ କରିବା, ହାଡ ମଜଭୁତ କରିବା, ବ୍ଲଡସୁଗାର ନିୟନ୍ତ୍ରଣ ଯାଏଁ ଅନେକ ସ୍ବାସ୍ଥ୍ୟଗତ ଫାଇଦା ଦେଇଥାଏ । ଏଥିରେ ମିଳୁଥିବା ଭିଟାମିନ ଏ ଆମ ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+