Health Tips: ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଉଛନ୍ତି ?

ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଅଧିକାଂଶ ଲୋକେ ଏହାକୁ ପିଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି । ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ ।

ଲେମ୍ବୁରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ ବି-୬ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେଲେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

Health Tips

ଜାଣିନିଆନ୍ତୁ କ'ଣ ହୋଇଥାଏ ଅସୁବିଧା :

  • ଅନେକ ଥର ଶୁଣିଥିବେ ଖାଲି ପେଟରେ ମହୁ ସହ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଉତ୍ତମ ହେବା ପାଇଁ ସହାୟକ ହୋଇଥାଏ । ମାତ୍ର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ କରିବା ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ ।
  • ଅଧିକ ମାତ୍ରାରେ ଲେମ୍ବୁ ପାଣିର ସେବନ ଦ୍ୱାରା ଦାନ୍ତରେ ଝିମ୍‌‌ଝିମ୍‌‌ ଅନୁଭବ ହୋଇଥାଏ । ଦାନ୍ତ ଉପରେ ମଧ୍ୟ କୁପ୍ରଭାବ ପକାଇବା ସହ ଦାନ୍ତ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ ।
  • ସେହିପରି ଲେମ୍ବୁ ରସକୁ ସିଧାସଳଖ କେଶରେ ଲଗାନ୍ତୁ ନାହିଁ। ଏହା କେଶକୁ ଶୁଷ୍କ କରିବା ସହ ଧଳାକେଶର କାରଣ ମଧ୍ୟ ପାଲଟିଥାଏ । ଅନେକ ସମୟରେ ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁ ରସକୁ ସିଧାସଳଖ କେଶରେ ଲଗାଇ ଥାଆନ୍ତି। ମାତ୍ର ଏହାକୁ ସିଧାସଳଖ ବଦଳରେ ତେଲରେ ଏହାକୁ ଅଳ୍ପ ପରିମାଣରେ ମିଶାଇ ବ୍ୟବହାର କରିପାରିବେ ।
  • ନିୟମିତ ଭାବରେ ଅଧିକ ପରିମାଣରେ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ । ଏହା ସହ ତ୍ୱଚାର ଉଜ୍ଜ୍ୱଳତା ନଷ୍ଠ ହୋଇଯାଏ ।
  • ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ । ଏହାସହ ଶରୀରରେ ଥିବା ଜଳୀୟଅଂଶର ଅଭାବ ମଧ୍ୟ ହୋଇଥାଏ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+