Health Tips: ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ ?

ବର୍ଷାଦିନ ଚାଲିଛି । ଏହି ସମୟରେ ବିଭିନ୍ନ ପ୍ରକାର ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧିପାଏ । ସେଇ ହିସାବରେ ବିଭିନ୍ନ ପ୍ରକାର ରୋଗର ଭୟ ମଧ୍ୟ ବଢିଥାଏ । ସାମାନ୍ୟ ଥଣ୍ଡା କାଶ ଠାରୁ ଆରମ୍ଭ କରି ଜଣ୍ଡିସ, ଟାଇଫଏଡ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ମଧ୍ୟ ଏ ସମୟରେ ଦେଖା ଦେଇଥାଏ ।

ସାଧାରତଃ ବର୍ଷାଦିନେ ଶରୀରର ହଜମ ଶକ୍ତି ସାମାନ୍ୟ ରୂପେ ହ୍ରାସ ପାଇଥାଏ ତେଣୁ ନିୟନ୍ତ୍ରିତ ଭାବେ ଖାଦ୍ୟ ଗ୍ରହଣ ନକଲେ ଝାଡା ବାନ୍ତି ଓ ଫୁଡ ପଇଜନ ଭଳି ସମସ୍ୟା ଦେଖାଦିଏ ।

ଭାତ ବର୍ଷାଦିନେ ଭାତ ଖାଇଲେ ଏହା ଶରୀରରେ ଜଳୀୟ ଅଂଶକୁ ବୃଦ୍ଧି କରିଥାଏ । ଫଳତଃ ଶରୀର ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ । ତେଣୁ ବର୍ଷା ଦିନେ ସାଧାରଣ ଚାଉଳ ପରିବର୍ତ୍ତେ ବ୍ରାଉନ ରାଇସ ବ୍ୟବହାର କରିବା ଉଚିତ ।

କଞ୍ଚା ପରିବା ବର୍ଷାଦିନେ କଞ୍ଚା ପରିବାରେ ବ୍ୟାକଟେରିଆ ଭଳି କିଛି ଅଣୁଜୀବ ରହିଥାନ୍ତି । ଏହି ପରିବାକୁ ସଫା କରିବା ପରେ ମଧ୍ୟ ଉକ୍ତ ଅଣୁଜୀବ କବଳରୁ ମୁକ୍ତି ମିଳି ନଥାଏ । ତେଣୁ ପରିବା ଗୁଡିକୁ ଏହି ସମୟରେ କଞ୍ଚା ନଖାଇ ରୋଷେଇ କରି ଖାଇବା ନିହାତି ଆବଶ୍ୟକ ।

Health Tips Don t eat these foods
ସ୍ପ୍ରାଉଟ ସ୍ପ୍ରାଉଟ ଶରୀର ପକ୍ଷେ ଖୁବ ଲାଭଦାୟକ।ମାତ୍ର ଆର୍ଦ୍ର ବାତାବରଣରେ ଏଥିରେ ବ୍ୟାକଟେରିଆ ଓ ଫଞ୍ଜି ଭଳି ଅଣୁଜୀବଙ୍କ ବଂଶବୃଦ୍ଧି ହୋଇଥାଏ । ତେଣୁ ବର୍ଷାଦିନେ କଞ୍ଚା ସ୍ପ୍ରାଉଟ ଖାଇଲେ ଫୁଡ ପଏଜନିଙ୍ଗ ହେବାର ସମ୍ଭାବନା ରହିଥାଏ ।

ଶାଗ ଶାଗ ଜାତୀୟ ଖାଦ୍ୟରେ ବର୍ଷାଦିନେ ଇ.କୋଲାଇ ଏବଂ ସାଲମୋନେଲା ଭଳି ବ୍ୟାକଟେରିଆ ରହିଥାନ୍ତି । ତେଣୁ ଏହାର ସେବନ ଦ୍ୱାରା ସମୟେ ସମୟେ ଫୁଡ ପଇଜନିଙ୍ଗ ଭଳି ସମସ୍ୟା ଦେଖା ଦେଇଥାଏ ।

ମାଛ ବର୍ଷାଦିନେ ଜଳାଶୟର ଜଳ ସଂକ୍ରମିତ ହୋଇଥାଏ । ଏହି ଜଳରେ ରହୁଥିବା ହେତୁ ମାଛ ଭଳି ଜଳଜୀବଙ୍କ ଶରୀରରେ ଫିତା କୃମି, ଗୋଲ କୃମି ଏବଂ ଅଙ୍କୁଶ କୃମିଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ ଯାହା କି ଖାଦ୍ୟଶୃଙ୍ଖଳ ମାଧ୍ୟମରେ ମନୁଷ୍ୟ ଶରୀରରେ ପ୍ରବେଶ କରନ୍ତି । ଏହା ଦ୍ୱାରା ଅନେକ ସମୟରେ ପରସାଇଟିକ ଇନଫେକ୍ସନ ଦେଖା ଦିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+