Health Tips: ରାତିରେ କ୍ଷୀର ପିଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି ?
ରାତିରେ ଶୋଇବା ପୂର୍ବରୁ ଆପଣ କ୍ଷୀର ପିଉଛନ୍ତି କି? ରାତିରେ କ୍ଷୀର ପିଇ ଶୋଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି? ଏସବୁ ପ୍ରଶ୍ନ ଅନେକଙ୍କ ମନରେ ରହିଛି । ତେବେ ଚାଲନ୍ତୁ ଜାଣିବା ରାତିରେ କ୍ଷୀର ପିଇଲେ ଶରୀର ପାଇଁ କଣ ଲାଭ ହୋଇଥାଏ । କ୍ଷୀର ଏକ ପୃଷ୍ଟିକର ଖାଦ୍ୟ ହୋଇଥିବାରୁ ରାତିରେ ଏହାକୁ ପିଇବା ଅତ୍ୟନ୍ତ ଲାଭଦାୟକ । କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଏକ ଉକ୍ରଷ୍ଟ ଉତ୍ସ ହେଉଛି କ୍ଷୀର । ରାତିରେ କ୍ଷୀର ପିଇବାର ଗୁରୁତ୍ୱପୂର୍ଣ୍ଣ ଉପକାର ହୋଇଥାଏ ।
କ୍ଷୀର ପିଇଲେ ଭଲ ନିଦ ହୋଇଥାଏ:
ଯଦି ଆପଣଙ୍କୁ ଭଲ ନିଦ ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ନିଦ ଭଲ ହୋଇଥାଏ ଏବଂ କ୍ଷୀରରେ ଥିବା ଟ୍ରାଇପଟୋଫାନ୍ ନିଦକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ଦ୍ୱାରା ଭଲ ନିଦ ହୁଏ ଏବଂ ନିଦ୍ରାର ଗଭୀରତା ବଢିଯାଏ । ସରଳରେ କହିବାକୁ ଗଲେ ଆପଣ କ୍ଷୀର ପିଇଲେ ରାତିରେ ଭଲ ନିଦରେ ଶୋଇପାରିବେ ।

କ୍ୟାଲସିୟମ ରହିଛି:
ଖୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥିବା ବେଳେ ପ୍ରୋଟିନ୍ ମଧ୍ୟ ରହିଛି । ଯାହା କି ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ହାଡ ଦୁର୍ବଳ ତେବେ ଏହାକୁ ମଜବୁତ କରିବା ପାଇଁ ନିଶ୍ଚିତ ଭାବରେ ରାତିରେ କ୍ଷୀର ପିଇବା ଉଚିତ । କ୍ଷୀରରେ କ୍ୟାଲସିୟମ ଥିବା କାରଣରୁ ଏହାକୁ ପିଇଲେ ହାଡ ଏବଂ ଦାନ୍ତକୁ ସୁସ୍ଥ ରହିବା ଶକ୍ତି ବୃଦ୍ଧି କରିଥାଏ । କ୍ଷୀରରେ ଭିଟାମିନ୍-ଏ ଏବଂ ଡି ଥାଏ, ଯାହା ଚର୍ମକୁ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ । କ୍ଷୀରରେ ଥିବା ପୋଷକ ତତ୍ୱ ଆତ୍ମ ନିୟନ୍ତ୍ରଣରେ ସାହାଯ୍ୟ କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ । ତେଣୁ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ କ୍ଷୀର ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ଅନେକଙ୍କର କ୍ଷୀର ଓ କ୍ଷୀର ଜାତୀୟ ଖାଦ୍ୟ ପ୍ରତି ଆଲର୍ଜି ଥିବା ଦେଖିବାକୁ ମିଳେ । ସେଥିପାଇଁ ସେମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କର କ୍ଷୀରରେ ଆଲର୍ଜି କିମ୍ବା ଅନ୍ୟାନ୍ୟ ସମସ୍ୟା ଥାଏ ତେବେ ଡାକ୍ତରଙ୍କୁ ପରାମର୍ଶ ନିଶ୍ଚିତ କରନ୍ତୁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications