Health Tips: ପ୍ରତିଦିନ ସକାଳେ ଉଠିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି କି ? କେମିତି କରନ୍ତୁ ନିରାକରଣ ?
ପ୍ରତିଦିନ ସକାଳେ ଉଠିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି କି? ପ୍ରତିଦିନ ମୁଣ୍ଡ ବିନ୍ଧା ଔଷଧ ଖାଇ ଦିନର ଆରମ୍ଭ କରିବାକୁ ପଡ଼ୁଛି କି? ଯଦି ହଁ ତେବେ ଆପଣ ଆଦୌ ଅଣଦେଖା କରନ୍ତୁ ନାହିଁ । ସାଧାରଣତଃ ସମସ୍ତେ ଭାବନ୍ତି ଯେ କାମର ଚାପ ଓ ଅନିୟମିତ ଜୀବନଶୈଳୀ ଯୋଗୁ ମୁଣ୍ଡ ବିନ୍ଧେ। ହେଲେ କେବଳ କାମର ଚାପ ଓ ବିଳମ୍ବ ରାତି ଯାଏ ଜଗିବା ହିଁ ମୁଣ୍ଡ ବିନ୍ଧାର କାରଣ ହୋଇ ନଥାଏ । ଏହା ପଛରେ ଆହୁରି ଅନେକ କାରଣ ରହିଥାଏ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ।
ସକାଳ ମୁଣ୍ଡବିନ୍ଧାର କାରଣ:
ପ୍ରତିଦିନ ସକାଳୁ ବିଛଣାରୁ ଉଠିବା ମାତ୍ରେ ହିଁ ଅନେକ ଲୋକଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ । ଏହା ପଛରେ ଅନେକ କାରଣ ରହିଥାଏ । ସେଥିମଧ୍ୟରୁ ମାଇଗ୍ରେନ୍ ଏକ ମୁଖ୍ୟ କାରଣ ।
ବିଶେଷଜ୍ଞଙ୍କ ଅନୁଯାୟୀ ସକାଳ ୮ଟାରୁ ୯ଟା ଭିତରେ ଶରୀର କିଛି ପେନ୍କିଲର୍ସ ଓ ଏଣ୍ଡାଫ୍ରିନ୍ ଓ ଏନ୍କ୍ୟାଫଲିନୋ ରିଲିଜ୍ କରିଥାଏ । ଏହା ଆମର ଶରୀରର ରକ୍ତସଞ୍ଚାଳନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ବିଶେଷ କରି ମାଇଗ୍ରେନ୍ ରୋଗୀକୁ ଏହାର ଅନୁଭବ ଶୀଘ୍ର ହୋଇଥାଏ । ସେଥିପାଇଁ ସେମାନଙ୍କୁ ସକାଳୁ ଉଠିବା ମାତ୍ରେ ହିଁ ଅତିମାତ୍ରାରେ ମୁଣ୍ଡବିନ୍ଧା ହୋଇଥାଏ ।

ଏସବୁ ରୋଗ ମଧ୍ୟ ହୋଇପାରେ କାରଣ:
ମାଇଗ୍ରେନ୍ ବ୍ୟତୀତ ଆହୁରି ଅନେକ କାରଣ ରହିଛି ଯାହା ସକାଳର ମୁଣ୍ଡବିନ୍ଧାର ସମସ୍ୟାକୁ ସୃଷ୍ଟି କରିଥାଏ । ସେଥିମଧ୍ୟରେ ସାଇନୋସାଇଟ୍, ବ୍ରେନ୍ ଟ୍ୟୁମର, ଉଚ୍ଚ ରକ୍ତଚାପର ସମସ୍ୟା, ଡିପ୍ରେସନ୍, ସ୍ଲିପ୍ ଏମ୍ପିନିଆ, ଇନ୍ସୋମେନିଆ ବା ରାତିରେ ଠିକ୍ଭାବେ ନିଦ ନଆସିବାର ସମସ୍ୟା ପ୍ରଭୃତି ହେଉଛି ମୁଖ୍ୟ କାରଣ ।
କେତେକ ସ୍ଥିତିରେ ଅନେକ ପ୍ରକାରର ଔଷଧ ସେବନ, ରାତିରେ ଅତ୍ୟଧିକ କଫି କିମ୍ବା ଆଲକହଲ ସେବନ ମଧ୍ୟ ସକାଳ ମୁଣ୍ଡବିନ୍ଧାର କାରଣ ସାଜିଥାଏ ।
ଭୋଗିପାରନ୍ତି ଭୟଙ୍କର ପରିଣାମ:
ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁମାନେ ସକାଳେ ହେଉଥିବା ମୁଣ୍ଡବିନ୍ଧାକୁ ନଜରନ୍ଦାଜ କରନ୍ତି ବା ମୁଣ୍ଡବିନ୍ଧା ଔଷଧ ଖାଇଦେଇ କାମ ଚଳାଇଦିଅନ୍ତି, ସେମାନଙ୍କୁ ଭବିଷ୍ୟତରେ ଅନେକ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ । ଯଦି ଆପଣ ଏହାର ସଠିକ୍ ସମୟରେ ଓ ସଠିକ୍ ଚିକିତ୍ସା ନ କରାଇବେ ତେବେ ଆପଣଙ୍କୁ ଭବିଷ୍ୟତରେ ପାରାଲିସିସ୍, ଫିଟ୍ସ ଓ ଅସମୟରେ ବେହୋଶ ହେବା ଭଳି ସମସ୍ୟା ଭୋଗିପାରନ୍ତି ।
ଏପରି କରନ୍ତୁ ଚିକିତ୍ସା: ଯଦି ଆପଣଙ୍କର ସପ୍ତାହକୁ ୩-୪ଥର ମର୍ଣ୍ଣିଂ ହେଡ୍ଏକ୍ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ପରେ MRI ଓ EEG ମଧ୍ୟ କରାଇ ନିଅନ୍ତୁ । ଏଥିରୁ ଆପଣଙ୍କ ମୁଣ୍ଡବିନ୍ଧାର ପ୍ରକୃତ କାରଣ ଜଣାପଡ଼ିବ । ଏଥିସହ ରାତିରେ ବେଶୀ ସମୟ ଯାଏଁ ଜଗିବା ଓ ଶୋଇବା ପୂର୍ବରୁ ଅଧିକ ସମୟ ଟିଭି ଦେଖିବା କମ୍ କରନ୍ତୁ । ରାତିରେ ଆଲକହଲ ଓ କଫି ପିଇବା ମଧ୍ୟ ବନ୍ଦ କରିବାକୁ ହେବ। ଏସବୁ ବାଦ୍ ପ୍ରତିଦିନ କାଳେ କିଛି ସମୟ ମେଡିଟେସନ୍ ବା ଧ୍ୟାନ କରନ୍ତୁ। ଏହା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ତେଣୁ ରାତିରେ ଭଲ ନିଦ ହୋଇଥାଏ। ଯାହାଫଳରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ ।












Click it and Unblock the Notifications