Health Tips: କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି ?

ବର୍ତ୍ତମାନ ଡ୍ରାଏ ଫ୍ରୁଟ୍ସର ଚାହିଦା ଅନେକ । ବିଭିନ୍ନ ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ବୋଲି କୁହାଯାଏ। ଏହି ସବୁ ଡ୍ରାଏ ଫ୍ରୁଟ୍ସ ମଧ୍ୟରୁ କିସମିସ୍ ଅନ୍ୟତମ । ଏଥିରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । କିସମିସ୍ ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ଉପକାରିତା ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

ବାସ୍ତବରେ କିସମିସ ପାଣିରେ ଉପକାରୀ ଗୁଣ ରହିଛି, କିନ୍ତୁ ବେଳେବେଳେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ ...

Health Tips

କିସମିସ୍ ପାଣିର ଉପକାରିତା

  • ଓଜନ ହ୍ରାସ କରିବାରେ ସହାୟକ ହୁଏ: କିସମିସ୍ ପାଣିରେ କମ୍ ପରିମାଣର ପ୍ରାକୃତିକ ଶର୍କରା ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
  • ଅନ୍ତନଳୀକୁ ସଫା ରଖେ: କିସମିସରେ ଫାଇବର ଥାଏ, ଯାହା ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
  • ଶରୀରକୁ ଶକ୍ତି ଯୋଗାଏ: କିସମିସରେ ଥିବା ପ୍ରାକୃତିକ ଶର୍କରା ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ।

କିସମିସ୍ ପାଣିର ଅପକାରିତା

  • ଅତ୍ୟଧିକ କ୍ୟାଲୋରୀ: କିସମିସରେ ଶର୍କରା ସହିତ ଅଧିକ ପରିମାଣର କ୍ୟାଲୋରୀ ଥାଏ। ତେଣୁ ଆବଶ୍ୟକତାଠାରୁ ଅଧିକ କିସମିସ୍ ପାଣି ପିଇଲେ କ୍ୟାଲୋରୀ ସ୍ତର ବୃଦ୍ଧି ପାଇପାରେ। ଯାହା ଫଳରେ ମେଦବହୁଳତା ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ।
  • ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ: କିସମିସ୍ ପାଣିରେ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ପରିଚାଳନା କରିବା କଷ୍ଟକର ହୋଇପାରେ। ତେଣୁ ମଧୁମେହ ରୋଗୀ କିସମିସ୍ ପାଣି ପିଇବାରେ ସତର୍କତା ଅବଲମ୍ବନ କରିବା ଉଚିତ୍।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+