Health Tips: ଦହି ଖାଇଲେ ହ୍ରାସ ପାଏ କୋଲେଷ୍ଟ୍ରଲ ସ୍ତର, ଜାଣନ୍ତୁ କିପରି ହୁଏ ସେବନ ?

କୋଲେଷ୍ଟ୍ରଲ ସ୍ତର ପ୍ରାୟ ବୃଦ୍ଧି ପାଇବାକୁ ଲାଗୁଛି। ଏହାର ମୁଖ୍ୟ କାର ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ। ପ୍ରୋସେସ୍ଡ ଫୁଡ୍ ଏବଂ ଫାଷ୍ଟ ଫୁଡ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଥାଏ।

Health Tips

ଏହି କାରଣରୁ ରକ୍ତଚାପ ବଢିଯାଏ, ଫଳରେ ହୃଦୟ ସମ୍ବନ୍ଧୀୟ ଗୁରୁତର ରୋଗ ହେବାର ଆଶଙ୍କା ଥାଏ। ତେଣୁ ହାଇ କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିବା ନିହାତି ଜରୁରୀ। ଫାଷ୍ଟ୍ ଫୁଡ୍ ଏବଂ ଜଙ୍କ୍ ଫୁଡ୍ ଖାଇବାଠୁ ଦୂରେଇ ରହିବା ସହ ଦହି ସାହାଯ୍ୟରେ କୋଲେଷ୍ଟ୍ରଲ ବୃଦ୍ଧିକୁ ହ୍ରାସ କରିପାରିବେ।

ଦହି କିପରି କୋଲେଷ୍ଟ୍ରଲକୁ ବଢିବାକୁ ଦେଇନଥାଏ, ଜାଣନ୍ତୁ...

ହାଇ କୋଲେଷ୍ଟ୍ରଲ ହ୍ରାସ କରେ ଦହି:
ବ୍ରିଟିଶ ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଦହି ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର 4% କମିଯାଏ। ଦହିରେ ପ୍ରୋବାୟୋଟିକ୍ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଏହାର ଅର୍ଥ ଦହି ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇପାରିବ। ତେଣୁ ନିୟମିତ ଦହି ଖାଇଲେ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇବ। ଫଳରେ ଉଚ୍ଚ ରକ୍ତଚାପ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବ।

ହାଇ କୋଲେଷ୍ଟ୍ରେଲ ଥିଲେ କିପରି କରିବେ ଦହି ସେବନ
କୋଲେଷ୍ଟ୍ରଲ ଅଧିକ ଥିଲେ କେବଳ ଘରେ ତିଆରି ଦହି ଖାଆନ୍ତୁ। ଦହିରେ କିଛି କଳା ଲୁଣ ମିଶାଇ ମଧ୍ୟାହ୍ନ ଭୋଜନ ପରେ ସେବନ କରନ୍ତୁ। ଗୋଟିଏ ଦିନରେ କିଛି ଦହି ଖାଇବା ଦ୍ୱାରା ଉପକାରିତା ମିଳିଥାଏ। ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଅନେକ ରୋଗକୁ ରୋକିଥାଏ।

ନିୟମିତ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ, ଦହି ମଧ୍ୟ ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ ଏବଂ ଉଚ୍ଚ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+