Health Tips: ରକ୍ତ ସଞ୍ଚାଳନକୁ ସକ୍ରିୟ କରେ କଲରା
କଲରାର ସ୍ବାଦ ପିତା ହେଲେ ମଧ୍ୟ ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜଣେ ଡାଇବେଟିସ୍ ରୋଗୀ ପାଇଁ ଏହା ଆହୁରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ସବୁଠାରୁ ଖାସ୍ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିଥାଏ। ଏଥିରେ ଅନେକ ପ୍ରକାର ଭିଟାମିନ୍ ରହିଛି। ତନ୍ମଧ୍ୟରୁ ଭିଟାମିନ୍-ଏ ଆମର ଦୃଷ୍ଟିଶକ୍ତିକୁ ଆହୁରି ଦୃଢ଼ କରିଥାଏ।

ଏହାର ଆଣ୍ଟି-ଅକ୍ସିଡାଣ୍ଟ୍ ଗୁଣ ପାଇଁ ବାହାର ଜୀବାଣୁଗୁଡିକ ସହଜରେ ଶରୀର ଭିତରକୁ ପ୍ରବେଶ କରପାରି ନ ଥାନ୍ତି। କଲରା ଜୁସ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସବୁଠାରୁ ଖାସ୍ କଥା ହେଲା, ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଉଚ୍ଚ ରକ୍ତଚାପକୁ କଲରା କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଏହାକୁ ନିୟମିତ ଖାଇଲେ ତାହା ରକ୍ତକୁ ପରିଷ୍କାର ରଖିବା ସହ ରକ୍ତ ସଞ୍ଚାଳନକୁ ଠିକ୍ ରଖେ। କଲରା ଖାଇଲେ ଆଉ ଏକ ଉପକାର ମଧ୍ୟ ମିଳିଥାଏ। ଏହା ଶରୀରରେ ସହଜରେ ଆଲର୍ଜି ହେବାକୁ ଦେଇ ନ ଥାଏ। ଏପରି କି ଏହାକୁ ଖାଇଲେ ଆଜ୍ମା ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ଏହା ମଧ୍ୟ ଓଜନକୁ ସନ୍ତୁଳିତ ରଖେ।












Click it and Unblock the Notifications