Health Tips: ଫିଙ୍ଗନ୍ତୁନି ବାସି ରୁଟି, ଖାଇଲେ ମିଳିବ ଏହି ସବୁ ଫାଇଦା
Basi Roti Benefits: ସାଧାରଣତଃ ଆମେ ଆମ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାଉ। ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ। ତେବେ କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି। ସେହିପରି ଆଉ କିଛି ଲୋକ ଏହାକୁ ଫିଙ୍ଗି ଦେଇଥାଆନ୍ତି। ହେଲେ ଆପଣ ଜାଣନ୍ତି କି ବାସି ରୁଟି ଦେହ ପାଇଁ କେତେ ଲାଭଦାୟକ...
ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ। ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ବାସି ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ...
ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ। ରୁଟି ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ। ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ।
ରୁଟି ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରଖିବା ସହ ସହଜରେ ହଜମ ହେବାରେ ସାହାଯ୍ୟ କରେ। ଭାତ ତୁଳନାରେ ରୁଟିରେ କମ୍ କ୍ୟାଲୋରୀ ରହିଥାଏ। ରୁଟିରେ ଥିବା ଜିଙ୍କ ଏବଂ ଅନ୍ୟ ମିନେରାଲସ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ।

ବାସି ରୁଟି ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। କ୍ଷୀରରେ ୧୦ ମିନିଟ୍ ବାସି ରୁଟି ଭିଜାଇ ରଖନ୍ତୁ, ପରେ ଏହାକୁ ସକାଳର ଜଳଖିଆରେ ଖାଆନ୍ତୁ।
ଏଭଳି ନିୟମିତ କରିବା ଦ୍ବାରା ବହୁତ ଶୀଘ୍ର ରକ୍ତଚ୍ଚାପ ନିୟନ୍ତ୍ରିତ ହେବ। ପେଟ ସମସ୍ୟା ଦୂର କରିବା ସହ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ବାସି ରୁଟି।
ଖାଲି ଏତିକି ନୁହେଁ ବରଂ ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ରାମବାଣ। ଓଜନ ହ୍ରାସ ପାଇଁ ବାସି ରୁଟି ବେଶ ଲାଭଦାୟକ। ଏଥିରେ ପ୍ରୋଟିନ୍ ଓ ଫାଇବର ରହିଛି। ଫଳରେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ। ବାରମ୍ବାର ଭୋକ ଲାଗେନାହିଁ। ବାସି ରୁଟି ଖାଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ।












Click it and Unblock the Notifications