Health Tips: ପବନ ଚଳାଚଳ କରୁନଥିବା ଘରେ ରହୁଛନ୍ତି କି?, ହୋଇପାରେ ଏହି ରୋଗ

ପ୍ରଦୂଷଣ ବୃଦ୍ଧି, ଖରାପ ଜୀବନଶୈଳୀ ଏବଂ ଧୂମପାନ କାରଣରୁ ଫୁସଫୁସ ଉପରେ କୁପ୍ରଭାବ ପଡେ, ଏକଥା ଅଧିକାଂଶ ଲୋକ ଜାଣିଥିବେ ନିଶ୍ଚୟ। ଏହା ବ୍ୟତୀତ ଫୁସଫୁସ ସ୍ୱାସ୍ଥ୍ୟ ବିଗିଡିବାର ଆଉ ଏକ କାରଣ ସାମ୍ନାକୁ ଆସିଛି, ଯାହା ଚିନ୍ତାଜନକ। କାରଣ ଅଧିକାଂଶ ଲୋକେ ଏହି ଅଭ୍ୟାସରେ ଅଭ୍ୟସ୍ତ।

ବାସ୍ତବରେ ବନ୍ଦ ଘରେ ବା ଅଫିସରେ, ଯେଉଁଠିକୁ ପବନ ଚଳାଚଳ କରିପାରୁନି, ସେଠାରେ ରହିବା ଦ୍ୱାରା ଫୁସଫୁସ ଉପରେ କୁପ୍ରଭାବ ପଡିବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ବିଶେଜ୍ଞଙ୍କ କହିବା ଅନୁସାରେ, ବନ୍ଦ ଘର ଭିତରର ବାୟୁ ମଧ୍ୟ ଫୁସଫୁସ ପାଇଁ ବିପଜ୍ଜନକ ହୋଇପାରେ। ଏହି କାରଣରୁ ଆଜମା, ବ୍ରୋଙ୍କାଇଟିସ୍, ଏପରିକି ଲଙ୍ଗ୍ କ୍ୟାନସ (ଫୁସଫୁସ କର୍କଟ) ହେବାର ଆଶଙ୍କା ରହିଛି।

Health Tip

ଡାକ୍ତରଙ୍କ କହିବାନୁସାରେ, ଖରାପ ଭେଣ୍ଟିଲେସନ୍ ଥିବା ସ୍ଥାନର ବାୟୁରେ 100 ଗୁଣ ଅଧିକ ମାଇକ୍ରୋ ପାର୍ଟିକିଲ୍ସ (ସୂକ୍ଷ୍ମ କଣିକା) ଉତ୍ପାଦନ ହୋଇପାରେ। ଏସି କଠୋରୀ ଅର୍ଥାତ୍ ଯେଉଁ ସ୍ଥାନକୁ ବାୟୁ ଚଳାଚଳ ହେଉନାହିଁ, ସେହି ସ୍ଥାନରେ ଏପରି ହେବାର ଆଶଙ୍କା ଅଧିକ। ଏହାର ଅର୍ଥ ଘରେ ଥାଇ ମଧ୍ୟ ବାୟୁ ପ୍ରଦୂଷଣର ଶିକାର ହେବା। ଏହା ଦ୍ୱାରା ଫୁସଫୁସ ସଂକ୍ରମଣ ସହ ନିମୋନିଆ ହୋଇପାରେ। ଏହା ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।

ଯଦିଓ କମ୍ ଭେଣ୍ଟିଲେସନ୍ ଥିବା ସ୍ଥାନରେ ରହୁଥିବା ଲୋକଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ, କିନ୍ତୁ ଯେଉଁମାନଙ୍କର ଫୁସଫୁସ ସମ୍ବନ୍ଧୀୟ ରୋଗ ଅଛି ସେମାନେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ରିପୋର୍ଟ ଅନୁସାରେ, ଯୁବକମାନଙ୍କ ମଧ୍ୟରେ ଫୁସଫୁସ କର୍କଟ ରୋଗର ପ୍ରାୟ 11% ଘର ଭିତରର ବାୟୁ ପ୍ରଦୂଷଣ ଦ୍ୱାରା ଉତ୍ପନ୍ନ କର୍କିନୋଜେନ କାରଣରୁ ହୋଇଥାଏ। ତେଣୁ ଘର ଭିତରର ପ୍ରଦୂଷଣକୁ ଏଡାଇବା ପାଇଁ, ଘର ଏବଂ ଅଫିସରେ ଭେଣ୍ଟିଲେସନ୍ ପାଇଁ ଭଲ ବ୍ୟବସ୍ଥା କରନ୍ତୁ। ଦିନରେ କିଛି ସମୟ ପାଇଁ ଝରକା ଏବଂ କବାଟ ଖୋଲା ରଖନ୍ତୁ। ଏପରି କରିବା ଦ୍ୱାରା ଘର ଭିତରକୁ ତାଜା ପବନ ଆସିପାରିବ। ଏହା ବ୍ୟାତୀତ ଯେଉଁ ସ୍ଥାନରେ ପ୍ରଦୃଷଣ କମ୍, ସେଠାରେ ଖୋଲା ପବନରେ କିଛି ସମୟ ବୁଲାବୁଲି କରନ୍ତୁ। ନଚେତ୍ ବନ୍ଦ ଘରେ ରହିବାର ଏହି ଅଭ୍ୟାସ ଦିଏ, ସାମଗ୍ରୀକ ସ୍ୱାସ୍ଥ୍ୟକୁ ବିଗାଡ଼ିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+