Health Tips: ଖାଉଛନ୍ତି କି ଡାଳିମ୍ବ ? ହେବନି କ୍ୟାନ୍ସର !

ଡାଳିମ୍ବ ଏକ କମ କ୍ୟାଲୋରୀ ଯୁକ୍ତ ଫଳ । ଡାଳିମ୍ବରେ ପଲିଫେନୋଲ୍ ନାମକ ଯୌଗିକ ଅଛି ଯାହାକୁ ପ୍ୟୁନିକାଲାଗିନ୍ ବା ଏଲାଗିଟାନିନ୍ କୁହାଯାଏ । ଏହି ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକ ଧମନୀ କାନ୍ଥକୁ ମୋଟା ହେବାରୁ ପ୍ରତିହତ କରେ ଏବଂ କୋଲେଷ୍ଟ୍ରଲ ଏବଂ ପ୍ଲେକର ନିର୍ମାଣକୁ ହ୍ରାସ କରିଥାଏ । ଡାଳିମ୍ବ ରସରେ ଆଣ୍ଟୋସିୟାନିନ ଏବଂ ଆନ୍ଥୋକ୍ସାଣ୍ଟିନ୍ ନାମକ ବହୁ ପରିମାଣର ଉଦ୍ଭିଦ ପିଗମେଣ୍ଟ ଅଛି, ଯାହା ହୃଦୟ ସ୍ୱାସ୍ଥ୍ୟକୁ ସମର୍ଥନ କରେ । ଡାଳିମ୍ବ ରସ ମଧ୍ୟ ଏଲ. ଡି.ଏଲ କୋଲେଷ୍ଟ୍ରଲ , କିମ୍ବା "ଖରାପ" କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଏଚ.ଡି.ଏଲ୍ କୋଲେଷ୍ଟ୍ରଲ, କିମ୍ବା "ଭଲ" କୋଲେଷ୍ଟ୍ରଲ ମଧ୍ୟ ବଢ଼ାଇପାରେ, ଯାହା ଆପଣଙ୍କର ଷ୍ଟ୍ରୋକ ଏବଂ ହୃଦଘାତର ଆଶଙ୍କା କମ କରିଥାଏ ।

ଡାଳିମ୍ବ ରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ।ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।ଫଳତଃ ଆମ ଶରୀର ବିଭିନ୍ନ ବ୍ୟାକ୍ଟେରିଆ ଓ ଭାଇରସ ଜନିତ ରୋଗରୁ ସହଜ ରେ ମୁକ୍ତି ପାଇ ପାରିଥାଏ।

ପେଟ ସମ୍ବନ୍ଧୀୟ ରୋଗକୁ ଭଲ କରେ ଡାଳିମ୍ବ ରେ ପ୍ରଚୁର ପରିମାଣ ରେ ଫାଇବର ରହିଥାଏ।ଏହା ହଜମ କ୍ରିୟା ରେ ବେଶ୍ ସହାୟକ ହୋଇଥାଏ।ଡାଳିମ୍ବ ଶରୀରରେ ମେଟାବୋଲିଯିମ୍ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଓଜନ ହ୍ରାସ ଡାଳିମ୍ବ ରେ ଖୁବ୍ କମ୍ ପରିମାଣରେ କ୍ୟାଲୋରୀ ରହିଛି।ମାତ୍ର ଏହା ଫାଇବର ର ଏକ ଉତ୍ତମ ଉତ୍ସ।ଏହା ଆପଣଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଭୋକ ନ ଲାଗିବା ର କାରଣ ସାଜିପାରେ।ଫଳତଃ ଏହା ଓଜନ କମ କରିବାରେ ସହାୟକ ହୁଏ।।

ଡାଳିମ୍ବ ରେ ପ୍ୟୁନିକଲାଜିନ ଏବଂ ଅନ୍ଥୋସିଆନିନ ନାମକ ଯୌଗିକ ରହିଛି।ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ।ଏହା ଶରୀରର କୋଷ କୁ ନଷ୍ଟ ହେବାରୁ ରକ୍ଷା କରିଥାଏ।

ଡାଳିମ୍ବ ରେ ପ୍ରଚୁର ପରିମାଣ ରେ ଜଳ ରହିଥାଏ।ଏଥିରେ କ୍ୟାଲୋରୀ ର ମାତ୍ରା ମଧ୍ୟ ଖୁବ୍ କମ୍।ପ୍ରତିଦିନ ଡାଳିମ୍ବ ସେବନ କରିବା ଦ୍ୱାରା ଶରୀରରେ ରକ୍ତଚାପ ତଥା କୋଲଷ୍ଟ୍ରାଲ ର ମାତ୍ରା ହ୍ରାସ ପାଇଥାଏ।ଫଳତଃ ଏହା ହୃଦଘାତ ସମସ୍ୟାକୁ ମଧ୍ୟ ପ୍ରତିହତ କରିପାରେ ।

ନିୟମିତ ଭାବେ ଡାଳିମ୍ବ ଖାଇବା ଦ୍ବାରା କର୍କଟ ରୋଗର ଆଶଙ୍କା ଅନେକ ପରିମାଣ ରେ କମ ହୋଇଥାଏ।ମୁଖ୍ୟତଃ ପ୍ରୋଷ୍ଟ୍ରେଟ କ୍ୟାନ୍ସର ଏବଂ ସ୍ତନ କର୍କଟ କ୍ଷେତ୍ର ରେ ଏହା ଏକ ମହୋସଧି ରୂପେ କାର୍ଯ୍ୟ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+