Health Tips: ଶରୀର ପାଇଁ ଉପକାରୀ ଏହି ସବୁ ପରିବା

ସବୁଜ ପନିପରିବା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ। ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

ପିଆଜ -
ପିଆଜରେ ଖାଦ୍ୟର ସ୍ୱାଦକୁ ବଢାଇବା ସହ ନିୟମିତ ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସହଜରେ ଥଣ୍ଡାକାଶ ହୋଇନଥାଏ।
ରକ୍ତସଂଚାଳନ ସଠିକ ଭାବେ ହୋଇଥାଏ। ମଧୁମେହ ରୋଗୀମାନେ ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।

Health Tips

ଫୁଲକୋବି -

ଫୁଲକୋବିରେ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ।ଏଥିରେ କ୍ୟାଲସିୟମ, ଫରଫରସ, ପ୍ରୋଟିନ, କାବ୍ରୋହାଇଡ଼୍ରେଟ, ଲୌହ, ଭିଟାମିନ ଏ, ବି, ସି, ଆୟୋଡ଼ିନ, ପୋଟାସିୟମ ଆଦି ରହିଛି।ଏହା ରକ୍ତ ପରିଷ୍କାର କରିଥାଏ। ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ଓଜନ ହ୍ରାସ ପାଇଁ ମଧ୍ୟ ସହାୟକ ହୋଇଥାଏ।

ଛତୁ -
ଏଭଳି ଦେଖିବାକୁ ଗଲେ ଛତୁ ଖାଇବା ବହୁ ଲୋକଙ୍କୁ ପସନ୍ଦ।ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ଯାହା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏଥିରେ କ୍ୟାଲୋରୀର ମାତ୍ରା କମ ଥାଏ। ଏଥିରେ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ।ଏହାସହ ଜିଙ୍କ, ପୋଟାସିୟମ ମଧ୍ୟ ରହିଛି। ଏଥିରେ ଥିବା ଫାଇବର ଓ ଅନ୍ୟ ଏନଜାଇମ କୋଲେଷ୍ଟେରୋଲକୁ ବୃଦ୍ଧି ପାଇବାକୁ ଦେଇନଥାଏ। ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ହାଡ଼କୁ ମଜଭୂତ କରିଥାଏ

ଆଳୁ -
ଆଳୁ ଏପରି ଏକ ପରିବା ଯାହା ପ୍ରତ୍ୟେକଙ୍କ ଘରେ ଉପଲବ୍ଧ। ଏହାର ବିଶେଷତ୍ୱ ହେଉଛି , ଏହାକୁ ସଠିକ ପରିମାଣରେ ଯେକୌଣସି ତରକାରୀରେ ପକାଇ ପ୍ରସ୍ତୁତ କରାଯାଇପାରେ। ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ଆଳୁରେ ଭିଟାମିନ ସି, ପୋଟାସିୟମ, ଭିଟାମିନ ବି-୬ ଅନ୍ୟ ପୋଷକ ତତ୍ୱ , ଖଣିଜ ରହିଥାଏ। ଏହାସହ ଆଳୁରେ ଥିବା ଭିଟାମିନ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+