Health Tips: କଦଳୀ ପତ୍ରରେ ଖାଇଲେ ଦୂର ହୁଏ ଏହି ସବୁ ରୋଗ !

ପୂର୍ବରୁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ ଖୁବ୍ ପ୍ରଚଳିତ ଥିଲା। ଆଜି ମଧ୍ୟ ଦକ୍ଷିଣ ଭାରତରେ ଅନେକ ଲୋକ କଦଳୀ ପତ୍ରରେ ଖାଇବାକୁ ପସନ୍ଦ କରନ୍ତି, ଏହା ସେମାନଙ୍କ ପାଇଁ ଏକ ପରମ୍ପରା ପାଳନ କରିବା ପରି । କଦଳୀ ପତ୍ରରେ ଖାଇବା କେବଳ ଯେ ଏକ ପରମ୍ପରା ବା ପୂର୍ବ ପ୍ରଚଳନ ତାହା ନୁହେଁ, ଏଥିରେ ଅନେକ ପ୍ରକାର ଉପକାରୀ ଗୁଣ ରହିଛି । କଦଳୀ ପତ୍ରରେ ଖାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ଉପକାରୀ ଗୁଣ ମିଳିଥାଏ, ଜାଣନ୍ତୁ...

ମଧୁମେହ ରୋକିଥାଏ

କଦଳୀ ପତ୍ରର ଅନେକ ଗୁଣ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କଦଳୀ ପତ୍ର ମଧୁମେହକୁ ନିୟନ୍ତ୍ରଣ କରିପାରିବ ଏବଂ ଏହାର ବିପଦକୁ ମଧ୍ୟ ହ୍ରାସ କରିପାରିବ।

Health Tips

ହଜମ ପ୍ରକ୍ରିୟାରେ ସୁଧାର ଆଣେ

କଦଳୀ ପତ୍ରରେ ଖାଇବା ଦ୍ୱାରା ହଜମ ଶ୍ରୀଘ୍ର ହୋଇଥାଏ। ଏଥିରେ ଏପରି ଗୁଣ ରହିଛି, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଜୀବାଣୁ ନିୟନ୍ତ୍ରଣ କରିପାରେ।

ଓଜନ କମାଇବାରେ ସାହାଯ୍ୟ କରେ
କଦଳୀ ପତ୍ରରେ ଭିଟାମିନ୍ ବି, ସି ଏବଂ ଫାଇବର ଥାଏ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଭୋକକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିପାରିବ। ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଦଳୀ ପତ୍ରରେ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ।

ଭିଟାମିନ୍ ଏବଂ ମିନେରାଲ୍ସର ଉତ୍ତମ ଉତ୍ସ
କଦଳୀ ପତ୍ରରେ ଭିଟାମିନ୍ ସି, ଏ, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ପରି ଉତ୍ତମ ପରିମାଣର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ବିବେଚନା କରାଯାଏ।

ଶ୍ୱାସ ରୋଗର ଚିକିତ୍ସା
ଆସ୍ଥମା ଏବଂ ବ୍ରୋଙ୍କାଇଟିସ୍ ଭଳି ନିଶ୍ୱାସ ପ୍ରଶ୍ୱାସ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ କଦଳୀ ପତ୍ର ସହାୟକ ହୋଇପାରେ। ଏହା ବ୍ୟତୀତ ଅନେକ ପ୍ରକାରର ରୋଗ ସହିତ ଲଢିବାରେ ମଧ୍ୟ ସାହାଯ୍ୟ କରିଥାଏ କଦଳୀ ପତ୍ର।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+