ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…,ମିଳିବ ଅନେକ ପ୍ରକାର ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ ଜୀବନରେ କେତେକ କାମ କଲେ ସହଜରେ ବହୁ ରୋଗରୁ ମୁକ୍ତି ମିଳିପାରିବ । ପ୍ରତିଦିନ ସକାନେ ଗ୍ଲାସେ ସୈନ୍ଧବ ଲବଣ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା।

ଏହାଦ୍ୱାରା ଡାଇବେଟିସ ଏବଂ ମେଦବହୁଳତା ସହ ଅନେକ ରୋଗରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ ପକାଇ ଏହାକୁ ପ୍ରସ୍ତୁତ କରାଯାଏ। ଅଭ୍ୟାସ କରି ପ୍ରତିଦିନ ସକାଳେ ଏହାକୁ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂରହେବା ସହ ବ୍ରଣ, ଦାଗ ଆଦିରୁ ମିଳିଥାଏ ମୁକ୍ତି । ଏହା ଦ୍ୱାରା ଶରୀରରେ ଥିବା ଏକ୍ସଟ୍ରା ଫ୍ୟାଟ୍‌ କମ୍‌ ହୁଏ।

health tips

ଫଳରେ ମେଦବହୁଳତାରୁ ଆଶଙ୍କା କମ୍‌ ହୋଇଥାଏ । ଏହା କୋଲେଷ୍ଟରଲ୍‌ସ୍ତରକୁ ହ୍ରାସ କରି ଡାଇବେଟିସ୍‌ ଓ ହାର୍ଟ ଆଟାକ୍‌ ସମସ୍ୟାରୁ ଶରୀରକୁ ରକ୍ଷା କରେ। ଏହାକୁ ପିଇବା ଦ୍ୱାରା ନଷ୍ଟ ହୋଇଥିବା ଲିଭର କୋଷିକା କାମ କରେ । ଫଳରେ ଲିଭର ସିରୋସିସ ସମସ୍ୟା ହୋଇଥାଏ ଦୂର। ଏହା ରକ୍ତରେ କାର୍ଟିସୋଲ ଏବଂ ଏଡ୍ରନିଲକୁ ବଢ଼ାଇଥାଏ । ଏହି ହରମୋନ ମାନସିକ ଚାପ କମ୍‌ କରେ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+